pakka

ମାନସିଂହ ସାହିତ୍ୟ ସଂସଦର ନବମ ମାସିକ କବିତା ଆସର ଅନୁଷ୍ଠିତ

ପୁରୀ : ମାନସିଂହ ସାହିତ୍ୟ ସଂସଦ, ନନ୍ଦଳା, ପୁରୀର ନବମ ମାସିକ କବିତା ଆସର ଆଜି ସନ୍ଧ୍ୟା ୭ଟାରେ ଅନୁଷ୍ଠିତ ହୋଇଯାଇଛି । ସୁସାହିତ୍ୟିକ ତଥା ପୁରୁଷୋତ୍ତମପୁର ଗୋଷ୍ଠୀ ଶିକ୍ଷାଧିକାରୀ ହରେକୃଷ୍ଣ ପଣ୍ଡା ମୁଖ୍ୟଅତିଥି ରୂପେ ଯୋଗ ଦେଇ କବିଙ୍କ ଅନ୍ତର ଆବେଗ ଉପରେ ଆଲୋକପାତ କରିଥିଲେ । ମୁଖ୍ୟ ବକ୍ତା ରୂପେ ଛତ୍ରପୁର ବ୍ଲକ ଶିକ୍ଷାଧିକାରୀ ଅବିନାଶ ଶତପଥୀ କବିତାର ଅନ୍ତର୍ନିହିତ ଉଦ୍ଦେଶ୍ୟକୁ ଉପସ୍ଥାପନ କରିଥିଲେ । ଉପଦେଷ୍ଟା ବନବିହାରି ପଟ୍ଟନାୟକ ଆସରକୁ ଆନୁଷ୍ଠାନିକ ଭାବେ ଆରମ୍ଭ କରିଥିଲେ । ଅନୁଷ୍ଠାନର ଉପଦେଷ୍ଟା ପ୍ରେମାନନ୍ଦ ବେହେରା (ବରଗଡ଼) ଆସରର ଆଭିମୁଖ୍ୟ ସ୍ପଷ୍ଟ କରିବା ସହ ସମସ୍ତ ଅଂଶଗ୍ରହଣକାରୀ ମାନଙ୍କୁ ସ୍ୱାଗତ ଜଣାଇଥିଲେ । ସମ୍ପାଦକ ଲଳିତ କୁମାର ସ୍ୱାଇଁ ସମସ୍ତଙ୍କୁ ସାଧୁବାଦ ଜଣାଇବା ସହ ସାହିତ୍ୟର ମହତ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଗଞ୍ଜାମର ସୁସାହିତ୍ୟିକ ଶିବାନନ୍ଦ ବାରିକଙ୍କ ବଳିଷ୍ଠ ସଂଯୋଜନାରେ ୩୦ରୁ ଉର୍ଦ୍ଧ୍ବ କବି ଓ କବୟିତ୍ରୀ ସ୍ୱରଚିତ କବିତା ପାଠ କରିଥିଲେ । ଅନୁଷ୍ଠାନର ସଂଯୋଜକ ବିଦ୍ୟାଧର ଦଳବେହେରା ଧନ୍ୟବାଦ ଅର୍ପଣକରିଥିଲେ ।

Leave A Reply

Your email address will not be published.

5 × 4 =