om academy

କେଭି ମହାବିଦ୍ୟାଳୟରେ ‘ଚଇତାଳି’ର ଧୁନ : ଜୀବନର ଖଣ୍ଡିତାଂଶର କଥା କହେ ଗଳ୍ପ

jsm

କଂଟାବାଞ୍ଜି, (ମନୀଷ କୁମାର ହଂସ) : କେଭି ମହାବିଦ୍ୟାଳୟରେ ସ୍ନାତକୋ‌ତ୍ତର ଓଡିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ସାହିତ୍ୟ ଉତ୍ସବ ‘ଚଇତାଳି’ ସୋମବାର ଆୟୋଜିତ ହୋଇଯାଇଛି । ଏହି ଅବସରରେ ଏକ ଗଳ୍ପ ପଠନ ଉତ୍ସବ ଆୟୋଜିତ ହୋଇଥିଲା । ଏଥିରେ ଓଡିଆ ବିଭାଗର ଛାତ୍ରୀ ମୁକ୍ତି ପ୍ରଗତି ପାତ୍ର, ଦୀପାଞ୍ଜଳି ମେହେର, ଉପମା ଦୀପ, ବିଜୟଲକ୍ଷ୍ମୀ ମେହେର ଏବଂ ଛାତ୍ର ପ୍ରତାପ ନାଏକ ଅପେକ୍ଷା ବିଷୟରେ ସ୍ୱରଚିତ ଗଳ୍ପ ପାଠ କରିଥିଲେ । ପଠିତ ଗଳ୍ପ ଗୁଡିକରେ ସମସାମୟିକ ଜୀବନ ଓ ଯନ୍ତ୍ରଣାର କଥା ବେଶ ସ୍‌ସ୍ପଟ ଥିଲା । ବରିଷ୍ଠ ଅଧ୍ୟାପକ ଡ ସଂଜୟ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ମହାବିଦ୍ୟାଳୟର ଅଧକ୍ଷ ସତ୍ୟବ୍ରତ ମିଶ୍ର ମୂଖ୍ୟ ଅତିଥି, ଅଧ୍ୟାପିକା ପ୍ରଭାସିନୀ ରାଉତରାଏ ଏବଂ ଅଧ୍ୟାପକ କ୍ଷୀରୋଦ୍ର ମେହେର ସମ୍ନାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଗଳ୍ପ ପଠନ ପରେ ଗଳ୍ପର ବିଷୟ ବିନ୍ୟାଶ, ଶଦ୍ଦ ଏବଂ କାରିଗରୀ ଉପରେ ଅତିଥିମାନେ ନିଜ ନିଜର ମତ ପ୍ରକାଶ କରିଥିଲେ । ଅଧକ୍ଷ ଶ୍ରୀ ମିଶ୍ର କରୋନା ପରିପେଅକ୍ଷୀରେ ମାକ୍ସ ଉପରେ ପର୍ୟ୍ୟବେସିତ ଏକ ଚମତ୍କାର ପ୍ରେମ କାହାଣୀ ସମସ୍ତଙ୍କୁ ଶୁଣାଇଥିଲେ । ଏ ଅବସରରେ ଗଳ୍ପ ଜୀବନର ଖଣ୍ଡିତାଂଶର କଥା କହେ ଏବଂ ସଭିଁଏ ସାହିତ୍ୟ ପଠନ ଓ ଲିଖନ ଉପରେ ବିଶେଷ ଧ୍ୟାନ ଦେବାକୁ ଅତିଥି ମାନେ ମତ ପ୍ରକାଶ କରିଥିଲେ । ସ୍ନାତକୋ‌ତ୍ତର ବିଭାଗର ସମସ୍ତ ଛାତ୍ରଛାତ୍ରୀ ଏହି ଉତ୍ସବରେ ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.