csstore

ମାଣ୍ତିଆଢିପା ପଞ୍ଚାୟତ ସ୍ତରୀୟ ଲକ୍ଷେ ଘର ଗଣ୍ଡା ସମାଜ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ତିଆଢିପା ପଞ୍ଚାୟତ ସ୍ତରୀୟ ତ୍ରୈମାସିକ ଲକ୍ଷେ ଘର ଗଣ୍ଡା ସମାଜ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକକୁ ଗଣ୍ତାଜାତିର ପଞ୍ଚାୟତ ସ୍ତରୀୟର ଦେବାର ଛତରଙ୍କ ଆ‌ହ୍ୱାନ କ୍ରମେ ସମସ୍ତ ସଭ୍ୟ ସଭ୍ୟାଙ୍କୁ ନେଇ କ୍ଷେତ୍ର ଲୁହାରଙ୍କ ସଭାପତି‌ତ୍ୱ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ମାଣ୍ତଆଢିପା ଗ୍ରାମ ପଞ୍ଚାୟତ ସ୍ତରୀୟ ସଭାପତି ଦେବାର ଛତର ସଭା ପରିଚାଳନା କରିଥିବା ବେଳେ ସଭାରେ ସର୍ବସମ୍ମତି କ୍ରମେ ଗ୍ରାମ ପଞ୍ଚାୟତ ସର୍ବାଙ୍ଗୀନ ଉନ୍ନତି ପାଇଁ ବିଭିନ୍ନ ପ୍ରକାର ଉନ୍ନତି ମୂଳକ ଓ ଜାତି ସଂଗଠନ ପାଇଁ ବିଭିନ୍ନ ନିୟମ ପାଳିତ ହୋଇଥିଲା । ଏହି ସଭାରେ ରୋହିତ ବାଗ, ଶୁଭଚନ୍ଦ୍ର ଛତର, ଟୁନା ତାଣ୍ତି, କୁଞୀଲତା ସୁନା ରେବତୀ ଛତର, ବିଷ୍ଣୁ ଦୀପ, ଜଗଦୀଶ ଦୀପ, ସନାତନ ଦୀପ, ମହିମା ବେସରା, ଆନନ୍ଦ ବାଗ, ତୁଲଶିରାମ ବାଗ, ଧିରା କୁମ୍ଭାର, ବୀଣା ସୁନା, ଦୀପାଞଳୀ ଲୁହାରଙ୍କ ସମେତ ଜାତିଭାଇମାନେ ବହୁ ସଂଖ୍ୟାରେ ଉପସ୍ଥିତ ରହିଥିଲେ । ସଭା ଶେଷରେ ଦିଲ୍ଲୀପ କୁମ୍ଭାର ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.