jayashree

ଜନଜାତୀୟ ଗୌରବ ଦିବସ – ସହାଭାଗୀ ରୂପେ ଅଭିଭାବକ

ଜୟପାଟଣା, (ଶେଷଦେବ ବେହେରା) : କଳାହାଣ୍ଡି ଜିଲ୍ଲା ଦୁଲୁକିବନ୍ଧ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ପରିସରରେ ଜନ ଜାତୀୟ ଗୌରବ ଦିବସ -ସହାଭାଗୀ ଭାବେ ଅଭିଭାବକ ଉତ୍ସବ ମହାସମାରୋହରସହ ପାଳିତ ହୋଇଯାଇଛି । ଅନୁସୂଚିତଜାତି ଓ ଅନୁସୂଚିତଜନଜାତି ବିଭାଗ ଓଡିଶା ସରକାରଙ୍କ ଆନୁକୂଲ୍ୟରେ ଏହି ଉତ୍ସବ ଛାତ୍ରଛାତ୍ରୀମାନଙ୍କୁ ଉନ୍ନତମାନର ଶିକ୍ଷା, ଦୀକ୍ଷା, ସଂସ୍କାର, ଶାଳୀନତା, ମଧ୍ୟରେ ଗଢି ତୋଳିବା ପାଇଁ ଏକ ଅନନ୍ୟ ପ୍ରୟାସ । ଏବଂ ଏଥିସହ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନରେ ପିତାମାତା, ଅଭିଭାବକମାନେ ଶିକ୍ଷକଶିକ୍ଷୟତ୍ରୀଙ୍କ ସହ ସୁସମ୍ପର୍କ ମଧ୍ୟରେ ଅଂଶୀଦାର ହେବା ଏହାର ମୂଳ ଉଦ୍ଦେଶ୍ୟ । ଏହି ମହତ ଉଦ୍ଦେଶ୍ୟକୁ ନେଇ ଦୁଲୁକିବନ୍ଧ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ଠାରେ ଆୟୋଜିତ ଉତ୍ସବ ସଭା, ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ରେଖା ସମାସୀଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟା ଦୁହିତା ମାଝୀ, ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଶେଷଦେବ ବେହେରା, ସମ୍ମାନୀୟ ଅତିଥି ଭାବେ ପ୍ରଧାନଶିକ୍ଷକ ଅଶୋକ କୁମାର ପଟ୍ଟନାଏକ ବାନେର ଉଚ୍ଚ ବିଦ୍ୟାଳୟ, ବରିଷ୍ଠ ସାମ୍ବାଦିକ ଅସରଫ ଅଲ୍ଲୀ, ଏସ୍‌. ଏମ୍‌. ସି. ସଭାପତି ହୀରା ଶବର, କବୟିତ୍ରୀ ପଲ୍ଲବୀ ଦାସ, ଅବସରପ୍ରାପ୍ତ ଶିକ୍ଷକ ସୁଶୀଲ କୁମାର ସାହୁ, ସହକାରୀ ଶିକ୍ଷକ ସୁନୀଲ କୁମାର ପଣ୍ଡା ବାନେର ଉଚ୍ଚ ବିଦ୍ୟାଳୟ ଯୋଗଦେଇ ଦିଗାନ୍ତ ବଚ୍‌କ୍ତକ୍ତୃତା ପ୍ରଦାନ କରିଥିଲେ । ବିଗତ ବର୍ଷମାନଙ୍କରେ ଏହି ବିଦ୍ୟାଳୟର ଛାତ୍ରୀମାନେ ବିଭିନ୍ନ ପରୀକ୍ଷା ମାନଙ୍କରେ ସଫଳତାର ସହ ଉତୀର୍ଣ୍ଣ ହୋଇ ବିଦ୍ୟାଳୟର ସୁନାମ ଆଣିଥିବା ବିଷୟ, ବିଦ୍ୟାଳୟର ଶିକ୍ଷକଶିକ୍ଷୟତ୍ରୀ ମାନଙ୍କ ଶିକ୍ଷାଦାନ ଏବଂ ଛାତ୍ରଛାତ୍ରୀଙ୍କ ପାଠ ପଢ଼ାରେ ପ୍ରଗାଢ଼ ଉଦ୍ୟମର ପରିଚୟ ସୃଷ୍ଟି କରେ ବୋଲି ମଂଚାସୀନ ଅତିଥିମାନେ ପ୍ରକାଶ କରିବା ସହ ଆଗାମୀ ଦିନରେ ଏହି ବାଳିକା ବିଦ୍ୟାଳୟର ଉତ୍ତରୋତ୍ତର କାମନା କରି ଯୁକ୍ତଦୁଇ ବିଦ୍ୟାଳୟର ସୁବ୍ୟବସ୍ଥା କରିବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରିବେ ବୋଲି ଆଶା ଓ ଦୃଢ଼ ବିଶ୍ୱାସ କାମନା କରିଛନ୍ତି । ପ୍ରତିଯୋଗିତା ମାନଙ୍କରେ ଭାଗ ନେଇ କୃତିତ୍ୱ ହାସଲ କରିଥିବା କୃତିମାନେ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ ହୋଇଥିବାବେଳେ, ଛାତ୍ରୀମାନଙ୍କ ଦ୍ଵାରା ପରିବେଷିତ ମନୋରଞ୍ଜନ କାର୍ଯ୍ୟକ୍ରମ ସମସ୍ତଙ୍କ ମନ ଲାଖି ହୋଇପାରିଥିଲା । ବିଭିନ୍ନ ବିଭାଗ ଅନୁଯାୟୀ ବିଦ୍ୟାଳୟର ଶିକ୍ଷକ କମଲଲୋଚନ ଧଙ୍ଗଡ଼ା ମାଝୀ, ଟଙ୍କଧର ଧଙ୍ଗଡ଼ା ମାଝୀ, ଖେଳ ପ୍ରଶିକ୍ଷକ କୃଷ୍ଣ ପ୍ରସାଦ ନାୟକ, ପାର୍ଥ ଶବର, ହେମନ୍ତ ପଟ୍ଟଯୋଶୀ, ପୁଷ୍ପାଞ୍ଜଳି ନାୟକ, ବିଜୟ ଲକ୍ଷ୍ମୀ ସାହୁ, କାଶୀନାଥ ଭୋଇ, କିଶୋର ଚନ୍ଦ୍ର ମାଝୀ, କୁଣ୍ଡଳୀ ହରପାଲ, ଆନନ୍ଦ ପ୍ରଧାନ, ଗଗନେଶ୍ୱର ବେହେରା, ତାରାଦେଇ ତାଣ୍ଡି, ବିଶାଖା ମାଝୀ, ଗୌରୀ ମାଝି, କୁମୁଦିନୀ ମାଝୀ, କେତକୀ ନାଏକ, ଖୁଲଣା ରାଉତ, ସ୍କାଉଟ ଛାତ୍ରୀମାନଙ୍କ ସକ୍ରିୟ ସହଯୋଗ ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିଥିଲା । ବିଜ୍ଞାନ ଶିକ୍ଷକ ପ୍ରମୋଦ କୁମାର ଛତ୍ରିଆ ଅତିଥି ପରିଚୟ, ମଞ୍ଚ ପରିଚାଳନା କରିଥିବାବେଳେ, ଶିକ୍ଷକ ଜୟଶଙ୍କର ମାହାର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.