
ଜୟପାଟଣା, (ଶେଷଦେବ ବେହେରା) : କଳାହାଣ୍ଡି ଜିଲ୍ଲା ଜୟପାଟଣା ସ୍ଥିତ ପିଆର୍ ପ୍ଲେସଠାରେ ୱାର୍କିଙ୍ଗ ମିଡିଆ ଏସୋସେସନ, ଜୟପାଟଣା ବ୍ଲକ ପକ୍ଷରୁ ଆଜି ‘ଜାତୀୟ ପ୍ରେସ ଦିବସ’ ଅତ୍ୟନ୍ତ ଉତ୍ସାହର ସହ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଗଙ୍ଗାଧର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରେସ୍ର ସ୍ୱାଧୀନତା ଏବଂ ସମାଜ ପ୍ରତି ଗଣମାଧ୍ୟମର ଗୁରୁଦାୟିତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ସେହିପରି ବରିଷ୍ଠ ସାମ୍ବାଦିକ ଶେଷଦେବ ବେହେରା ମୁଖ୍ୟବକ୍ତା ଭାବେ ଯୋଗଦେଇ ଗଣମାଧ୍ୟମର ବିକାଶ ଓ ଆହ୍ୱାନ ଉପରେ ନିଜର ବକ୍ତବ୍ୟ ରଖିଥିଲେ । ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଅର୍ଜୁନ ପଟ୍ଟନାୟକ, ସମାଜସେବୀ ଦିଲୀପ ରାଉତ, ଛାୟାକାନ୍ତ ବେନୁପାଣି, ରୁଦ୍ରପ୍ରସାଦ ପାଣିଗ୍ରାହୀ ଏବଂ ବରିଷ୍ଠ ଆଇନଜୀବୀ ଗଙ୍ଗାଧର ପାତ୍ର ପ୍ରମୁଖ ମଞ୍ଚାସୀନ ହୋଇ ସାମ୍ବାଦିକତା କ୍ଷେତ୍ରରେ ନିଷ୍ଠା ଓ ସତ୍ୟନିଷ୍ଠାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଗୋଲାପ ସାହୁ ଏହି କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା କରିଥିବା ବେଳେ ବ୍ୟୋମକେଶ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଜୟପାଟଣା ବ୍ଲକ କଂଗ୍ରେସ ସଭାପତି ସୁଶୀଲ କୁମାର ନାଏକଙ୍କ ସମେତ ସାମ୍ବାଦିକ ଚିତ୍ରସେନ ବାଗ, ସମୀକ୍ଷା ପ୍ରହରାଜ, ଅସରପ ଅଲ୍ଲୀ, ଜୀବନ କନ୍ଦପାନ, ମୃଣ୍ମୟ ପଣ୍ଡା, ରାଜେନ୍ଦ୍ର ପଣ୍ଡା ଉପସ୍ଥିତ ଥିବା ବେଳେ ଧବଳେଶ୍ୱର ପଟେଲ ଏବଂ ବାସୁଦେବ ବାଗ ପ୍ରମୁଖ ସାମିଲ ହୋଇ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ ।