jayashree

ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ବଲାଙ୍ଗିର ପକ୍ଷରୁ ସ୍ୱାଧିନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ୱାଧିନତା ସଂଗ୍ରାମୀ ଧରତୀଅବା ବିର୍ସା ମୁଣ୍ଡାଙ୍କ ୧୫୨ତମ ଜୟନ୍ତୀ ବଲାଙ୍ଗିର କୋଶଳ କଳା ମଣ୍ଡଳ ପଡିଆ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ବଲାଙ୍ଗିର ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଆଦିବାସୀ ସମାଜର ଏକତା, ପରଂପରା, ଅଧିକାରର ସୁରକ୍ଷା ପାଇଁ ସଂଗଠିତ ହେବାର ଆହ୍ୱାନ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସଭାପତି ସତ୍ୟନାରାୟଣ ଭୋଇ ଓ ସଂପାଦକ ପୁରୁଷୋତ୍ତମ ଧରୁଆଙ୍କ ନେତୃତ୍ୱରେ ବର୍ସାମୁଣ୍ଡା ଜୟନ୍ତୀ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବଲାଙ୍ଗିର ଗୁଣନିଧି ମଲ୍ଲିକ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ମୁରିବାହାଲ ତହସିଲଦାର ଜଗଦୀଶ କର୍ତ୍ତାମୀ, ଗିରିରାଜ ସିଂ ମାଝି, ମିଥିଳା ମାଝି, ମାନସି ବିଶ୍ୱାଲ, ଶରତ ସିଂ ଭୋଇ, ଅଷ୍ଟରତ୍ନ ବରିହା, ଘନଶ୍ୟାମ ପ୍ରଧାନୀ, ନିରୁପମା ମାଝି, ଧନେଶ୍ୱର ମାଝି, ଲକ୍ଷ୍ମୀକାନ୍ତ ଧରୁଆ, କ୍ଷମା ଦଳପତି, ମୟ ପ୍ରଧାନୀ, ଦେବେନ୍ଦ୍ର ଭୋଇ, ଖିରୋଦ ନାଗ, ପ୍ରମୋଦ ଭୋଇ, ଖୁସିରାମ ଜାନୀ, ଦୁଃଖିଶ୍ୟାମ ଭୋଇ, ଝରଣା ଭୋଇ, ଅନିତା ଜଗତ, କାଳିନ୍ଦ୍ରୀ ମାଝି, ନିରଞ୍ଜନ ଧରୁଆ, ସୁରେଶ ଭୋଇ, ଟଙ୍କଧର ଧରୁଆ, କଳାକାହ୍ନୁ ପ୍ରଧାନ, ମକରଧ୍ୱଜ ଦେହୁରୀ, ପର୍ଶୁରାମ ଦେହୁରୀ, ସୋମନାଥ ମାଝି, ବାସନ୍ତି ବୁଡେକ, ଦିଲୀପ ଭୋଇ, ଅନାଦି ମରପାଚି, କେଶବ ମଲ୍ଲିକ, କିରନ ଭୋଇ, ଦୈତାରୀ ଭୋଇ ପ୍ରମୁଖ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ହଜାର ହଜାର ଆଦିବାସୀ ମହିଳା ପୁରୁଷ ଏକତ୍ରିତ ହୋଇ ପାରଂପରିକ ବେଶରେ ସଜ୍ଜିତ ହୋଇ ହାତରେ ଧନୁତୀର ସମେତ ପାରଂପରିବ ଅସ୍ତ୍ରଶସ୍ତ୍ର, ବାଦ୍ୟଯନ୍ତ୍ର ଧରି ବିଶାଳ ଶୋଭାଯାତ୍ରାରେ କୋଶଳ କଳା ମଣ୍ଡପରୁ ଭାଗରଥି ଛକ, ସମଲେଶ୍ୱରୀ ମନ୍ଦିର ଛକ, ଜିଲ୍ଲାପାଳ ଅଫିସରୁ କୋଶଳ କଳାମଣ୍ଡକୁ ଆସିଥିଲେ ।

Leave A Reply

Your email address will not be published.