om academy

ସୌର ଚାଳିତ ନଳକୂପ ଅଚଳ ପାଣି ପାଇଁ ହନ୍ତସନ୍ତ

jsm

ପାଟଣାଗଡ଼, (ଗୋରେଖନାଥ ବରିହା) : ଖପ୍ରାଖୋଲ ବ୍ଳକ ଲୁହାସିଂହା ପଞ୍ଚାୟତ ବାହାଲଭଟଲି ଗ୍ରାମରେ ଥିବା ସୌର ଚାଳିତ ନଳକୂପ ସାତ ଦିନ ହେବ ଅଚଳ ହୋଇପଡିଛି । ଗ୍ରାମରେ ଏକ ମାତ୍ର ନଳକୂପ ଯାହାକି ଗ୍ରାମରେ ଲୋକେ ପାନୀୟ ଜଳ ପାଇ ଉକ୍ତ ନଳକୂପ ଉପରେ ନିର୍ଭର କରିଥାନ୍ତି । ବ‌ର୍ତ୍ତମାନ ଗ୍ରୀଷ୍ମ ପ୍ରଭାବ ପାନୀୟ ଜଳ ପାଇଁ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ଗ୍ରାମରେ ପାନୀୟ ଜଳର ସୁବିଧା ନଥିବାରୁ ଘୋର ଅସୁବିଧା ସମ୍ମୁଖୀନ ହେଉଥିବା ପ୍ରକାଶ କରିଛନ୍ତି । ନଳକୂପ ମରାମତି ପାଇଁ ପଞ୍ଚାୟତକୁ ହସ୍ତାନ୍ତର କରାଯାଇଥିବା ବେଳେ ସରପଞ୍ଚଙ୍କୁ ମଧ୍ୟ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଏହି ପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ନଳକୂପ ମରାମତି କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।

Leave A Reply

Your email address will not be published.