ଲଗାଣ ବର୍ଷାରେ ବେହାଲ ବଲାଙ୍ଗିର ସହର : ସ୍ଥିତି ପରଖିଲେ ପୌରାଧ୍ୟକ୍ଷା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ଗତ ଦୁଇ ଦିନ ହେବ ଲଗାଣ ବର୍ଷା ଲାଗାତାର ଭାବେ ବର୍ଷା ଲାଗିରହିଥିବା ବେଳେ ସହରର ବିଭିନ୍ନ ସ୍ଥାନରେ ତଥା ବିଭିନ୍ନ ୱାର୍ଡର କିଛି ଘରେ ବର୍ଷା ପାଣି ପଶି ଯାଇଥିବା ଦେଖିବାକୁ ମିଳିଥିଲା । ଏହାକୁ ଆଖି ଆଗରେ ରଖି ପୌରାଞ୍ଚଳର ୱାର୍ଡକୁ ୱାର୍ଡ ବୁଲି ସ୍ଥିତି ପରଖିଛନ୍ତି ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ । ଶ୍ରୀମତୀ ସାହୁ ଘଟଣାସ୍ଥଳରେ ହିିଁ ସମସ୍ୟାର ସମାଧାନ ପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ବେଳେ ସାଥୀରେ ଥିଲେ ବରିଷ୍ଠ କାଉନସିଲର ସଭ୍ୟା ସରିତା ଦାଶ ।

Leave A Reply

Your email address will not be published.

2 + fifteen =