pakka

ସଖୀର ଜିଲ୍ଲାସ୍ତରୀୟ ଦ୍ଵିତୀୟ ଟାକ୍ସ ଫୋର୍ସ ବୈଠକ

bbehera
  • ସଖୀ-ନିର୍ଯାତିତ ମହିଳା ଓ ବାଳିକାମାନଙ୍କ ସମନ୍ୱିତ ସୁବିଧା ଓ ସହଯୋଗର ନିର୍ଭର ଯୋଗ୍ୟ ପରାମର୍ଶ କେନ୍ଦ୍ର

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ସଖୀ ସୁବର୍ଣ୍ଣପୁରର ଜିଲ୍ଲାସ୍ତରୀୟ ଦ୍ଵିତୀୟ ଟାସ୍କ ଫୋର୍ସ ବୈଠକ ଅତିରିକ୍ତ ଜିଲ୍ଲାପାଳ (ଜେନେରାଲ) ଶ୍ରୀମତୀ ନିଶି ପୁନମ ମିଞ୍ଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ସଖୀ ବୈଠକରେ ସଖୀ କେନ୍ଦ୍ର ପରିଚାଳିକା ରାଜଶ୍ରୀ ମହାନ୍ତି, ସଖୀ (ୱାନ ଷ୍ଟପ ସେଣ୍ଟର)ରେ ନିର୍ଯାତିତ ମହିଳା ଓ ବାଳିକାମାନଙ୍କ ନିମନ୍ତେ ରହିଥିବା ସୁବିଧା ସୁଯୋଗ ତଥା ସଖୀ ଦ୍ୱାରା ନିଆଯାଉଥିବା ବିବିଧ କାର୍ଯ୍ୟକ୍ରମର ପିପିଟି ମାଧ୍ୟମରେ ଆଲୋକପାତ କରାଯାଇଛି । ସଖୀ କେନ୍ଦ୍ରର ଉଦ୍ଦେଶ୍ୟ- ଜିଲ୍ଲାର ଯେ କୌଣସି ନିର୍ଯାତିତ ମହିଳା ଅଥବା ବାଳିକାଙ୍କୁ ପୋଲିସ ସହାୟତା, ଡାକ୍ତରୀ ସହାୟତା, ଆଇନଗତ ସହାୟତା, ମନସ୍ତାତ୍ଵିକ ଓ ସାମାଜିକ ପରାମର୍ଶ ପ୍ରଦାନ କରିବା ସହିତ ଆଶ୍ରୟ ଓ ଅନ୍ୟାନ୍ୟ ସହାୟତା ଯୋଗାଇଥାଏ । ଏଣୁ ପ୍ରତ୍ୟକ ମହିଳା ବା ଝିଅ ଯେଉଁମାନେ ନିର୍ଯାତିତ ନିଷ୍ପେସିତ, ଯେପରି ଅପହରଣ, ପାରିବାରିକ ହିଂସା, ଏସିଡ ଆକ୍ରମଣ, ଯୌନ ଉତ୍ପୀଡ଼ନ, ଶିଶୁ ଯୌନ ଶୋଷଣ, ମହିଳା ଚାଳାନ, ବାଲ୍ୟ ବିବାହ, ସାଇବର କ୍ରାଇମ, ଯୌତୁକ ନିର୍ଯାତନା, ମୃତ୍ୟୁ ତଥା ଅନ୍ୟାନ୍ୟ ହିଂସାର ପ୍ରତିରୋଧ ତଥା ସୁରକ୍ଷା ନିମନ୍ତେ ବିଭାଗର ଟୋଲ ଫ୍ରି ନଂ ୧୮୧ କିମ୍ବା ୭୬୮୨୮୨୬୭୬୭ ରେ ଯେ କୌଣସି ସମୟରେ ସଖୀର କାର୍ଯ୍ୟକର୍ତ୍ତାଙ୍କୁ ଯୋଗାଯୋଗ କରିପାରିବେ, ତଥ୍ୟ ସମ୍ପୂର୍ଣ୍ଣ ଗୋପନ ରହିଥାଏ । ବୈଠକରେ ଅଧ୍ୟକ୍ଷା ସଖୀର କାର୍ଯ୍ୟକାରିତାକୁ ବ୍ୟାପକ କରିବା ଉପରେ ପରାମର୍ଶ ଦେଇଛନ୍ତି । ଯଦ୍ୱାରା ଜିଲ୍ଲାର ପ୍ରତ୍ୟେକ ସ୍ତରରେ ମହିଳା ତଥା ବାଳିକାମାନେ ତତ୍ପର ହେବା ସହ ଆବଶ୍ୟକ ସମୟରେ ଏହାର ସୁଯୋଗ ନେଇପାରିବେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ହେମନ୍ତ କୁମାର ପାଢ଼ୀ, ସିଏମଓ ତଥା ଡିପିଏଚଓ ଡ଼. ବିଶ୍ୱ ରଞ୍ଜନ ପତି, ଡ଼ିଏସଡବ୍ଲୁଓ ଗୌରମଣୀ ହାଁସଦା, ରେଆର ସମ୍ପାଦକ ଅନଙ୍ଗ ନେଗୀ ପ୍ରମୁଖ ଉପସ୍ଥିତ ରହି ସଖୀର ସାମ୍ପ୍ରତିକ ସମୟରେ ଆବଶ୍ୟକତା ଓ ବ୍ୟାପକତା ଉପରେ ନିଜର ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମକୁ ଜିଲ୍ଲା ସୁରକ୍ଷା ଅଧିକାରିଣୀ ଅନିତା ଗୁରୁ ପରିଚାଳନା କରିଥିଲେ । ସଖୀର ଏହି କାର୍ଯ୍ୟକ୍ରମ ଅବସରରେ କେନ୍ଦ୍ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.

15 − 12 =