pakka

ଜିଲ୍ଲା କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଏସୋସିଏସନର ୧ ନମ୍ବର ଜୋନ୍‌ସ୍ତରୀୟ ବୈଠକ

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ସଂଘର ୧ ନମ୍ବର ଜୋନ୍‌ର କାର୍ଯ୍ୟକାରିଣୀ ବୈଠକ ଗୁରୁବାର ୧୨ଟା ସମୟରେ ଦେଓଗାଁ ଡାକ ବଙ୍ଗଳାରେ ଅନୁ‌ଷ୍ଠିତ ହୋଇଯାଇଛି । ଦେଓଗାଁ, ତୁଷୁରା ଓ ସଇଁତଲା ଥାନା ଅଞ୍ଚଳରେ ଥିବା ସମସ୍ତ ଔଷଧ ଦୋକାନୀ ଏହି ବୈଠକରେ ଯୋଗ ଦେଇଥିଲେ । ବଲାଙ୍ଗିର ଜିଲ୍ଲା ସଭାପତି ସଞ୍ଜୟ ଚୌଧୁରୀ ସଭାପତିତ୍ୱ କରିଥିଲେ । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା କାର୍ଯ୍ୟକାରିଣୀ କମିଟିକୁ ୧ ନମ୍ବର ଜୋନ୍‌ରୁ ପ୍ରତିନିଧିତ୍ୱ କରିବା ପାଇଁ ୨ଜଣ ସଭ୍ୟ ମନୋନୀତ କରାଯାଇଥିଲା । ଏଥିରେ ଦେଓଗାଁ ଶ୍ରୀଗୋପାଳ ମେଡିକାଲ ଷ୍ଟୋରର ମାଲିକ ଗୋପାଲ ଅଗ୍ରୱାଲ, ତୁଷୁରା ପଧାନ ମେଡିକାଲ ଷ୍ଟୋରର ମାଲିକ ପ୍ରଦୀପ ପଧାନଙ୍କୁ ସଦସ୍ୟ ଭାବେ ମନୋନୀତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା ସଭାପତି ସଞ୍ଜୟ ଚୌଧୁରୀ, ସଂପାଦକ ମନମୋହନ ରଥ, କୋଷାଧ୍ୟକ୍ଷ ରାଜନାରାୟଣ ଅଗ୍ରୱାଲ ସଂଗଠନ ସଂପାଦକ ଲୋଟସ ଷଢ଼ଙ୍ଗୀ, ନିର୍ବାଚନ ଅଧିକାରୀ ଲଲିତ ଚୌଧୁରୀ, କମଳ ଚକ୍ରବର୍ତ୍ତି ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.

ten − eight =