jayashree

୭୦ତମ ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୂହ ଫେନ୍ସିଂ ଏବଂ ଥାଙ୍ଗ-ଟା ଚାମ୍ପିଅନସିପ୍ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପିଏମ୍‌ଶ୍ରୀ ପିଆର ହାଇସ୍କୁଲ ପରିସରରେ ୭୦ତମ ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୂହ ଫେନ୍ସିଂ ଏବଂ ଥାଙ୍ଗ-ଟା ୧୭ ବର୍ଷରୁ କମ୍ ବାଳକ ଓ ବାଳିକା ଚାମ୍ପିୟାନସିପ୍ ୨୦୨୬ ଉଦ୍‌ଯାପିତ ହୋଇଯାଇଛି । ଏହି ଉଦ୍‌ଯାପନୀ ସମାରୋହରେ ଜିଲ୍ଲା ଶିକ୍ଷା ଅଧିକାରୀ ସୁଧାଂଶୁ ଶେଖର ମିଶ୍ରଙ୍କ ସଭାପତିତତ୍ୱରେ ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ପବିତ୍ର ମୋହନ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ ବଲାଙ୍ଗିର ପୌରପରିଷଦ ଅଧ୍ୟକ୍ଷା ଲିକା ସାହୁ, ଅବସରପ୍ରାପ୍ତ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ତଥା ପ୍ରତିଯୋଗିତାର ପର୍ଯ୍ୟବେକ୍ଷକ ପ୍ରଦୀପ କୁମାର ନାଗ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରବୀର କୁମାର ପଣ୍ଡା, ରୀନା କୁମାରୀ ବେହେରା, ସେବାଶ୍ରୀ ଭୋଇ, ଓଡ଼ିଶା ଥାଙ୍ଗ-ଟା ଆସୋସିଏସନର ସଭାପତି ଜ୍ଞାନ ରଞ୍ଜନ ମହାନ୍ତି, ଜିଲ୍ଲା ଫେନ୍ସିଂ ଆସୋସିଏସନର ସାଧାରଣ ସମ୍ପାଦକ ସୁମିତ ରଞ୍ଜନ ପୁରୋହିତ, ସମାଜସେବୀ ଶରଦ କେଜ୍ରିୱାଲ, ବୌଦ୍ଧ ଡିପିଇଓ ଆନନ୍ଦ କୁମାର ବେହେରା, ପିଏମ୍‌ଶ୍ରୀ ପି.ଆର. ହାଇସ୍କୁଲର ପ୍ରଧାନଶିକ୍ଷକ ସନ୍ତୋଷିନୀ ସେଠୀ ପ୍ରମୁଖ ଯୋଗଦେଇ କ୍ରୀଡ଼ାବିତ୍‌ମାନଙ୍କୁ ଉତ୍ସାହିତ କରିଥିଲେ । ରାଜ୍ୟ ଶାରୀରିକ ଶିକ୍ଷା ସହକାରୀ ନିର୍ଦ୍ଦେଶକ ଜ୍ୟୋତି ପ୍ରସାଦ ପରିଡ଼ା ଚାମ୍ପିୟନସିପ୍‌ର ବିବରଣୀ ଉପସ୍ଥାପନ କରିଥିବା ବେଳେ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ପାତ୍ର ସ୍ୱାଗତ ଅଭିଭାଷଣ ରଖିଥିଲେ । କାର୍ଯ୍ୟକ୍ରମ ଶେଷରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରବୀର କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ସହ ଟ୍ରଫି ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ପ୍ରତିଯୋଗିତାରୁ ଚୟନ ହୋଇଥିବା ପ୍ରତିଯୋଗୀମାନେ ଜାତୀୟ ସ୍ତରୀୟ ଖେଳରେ ଅଂଶଗ୍ରହଣ କରିବେ ବୋଲି ରାଜ୍ୟ ଶାରୀରିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ପରିଡ଼ା ସୂଚନା ଦେଇଥିଲେ । ଅନ୍ୟପଟେ କ୍ରିକେଟ ପ୍ରତିଯୋଗିତାରେ ସୁନ୍ଦରଗଡ଼କୁ ହରାଇ କଟକ ସେମିଫାଇନାଲରେ ପ୍ରବେଶ କରିଛି । ସେହିପରି ଅନ୍ୟ ଏକ ରୋମାଞ୍ଚକର ମ୍ୟାଚ୍‌ରେ କେନ୍ଦୁଝରକୁ ପଛରେ ପକାଇ ଭୁବନେଶ୍ୱର ଫାଇନାଲରେ ନିଜ ସ୍ଥାନ ପକ୍କା କରିଛି । ଆସନ୍ତା କାଲି ସକାଳ ୮ ଟାରେ ଟାଉନ ବାଳକ ହାଇସ୍କୁଲ ପଡ଼ିଆରେ କଟକ ଓ ଭୁବନେଶ୍ୱର ମଧ୍ୟରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ । ଏହାସହ ସ୍ଥାନୀୟ ପି. ଆର. ହାଇସ୍କୁଲ ଇଣ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ୬୯ଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.