jayashree

ପୂଜା ମାହୋଲରେ ଛୁଟିଛି ମଦର ବନ୍ୟା

  • ଶତାଧିକ ମହିଳା ଘେରିଲେ ବିଭିନ୍ନ କାର୍ଯ୍ୟାଳୟ

ଜୟପାଟଣା, (ଶେଷଦେବ ବେହେରା) : ମଦ ବ୍ୟବସାୟ ଏବେ ଚରମ ସୀମାରେ ପହଞ୍ଚିଥିବା ବେଳେ ବିଭିନ୍ନ ଗ୍ରାମରେ ମଦବିକ୍ରିକୁ ନେଇ ମହିଳା ମାନଙ୍କ ମଧ୍ୟରେ ଆନ୍ଦୋଳନର ସ୍ୱର ଉଠୁଥିବା ଦେଖିବାକୁ ମିଳିଛି । ମଦର ବହୁଳ ପ୍ରସାରକୁ ମହିଳାମାନେ ଗ୍ରାମାଞ୍ଚଳର ଅର୍ଥନୀତିକୁ ଉଜାଡ଼ିବା ପାଇଁ ଏହା ଏକ ସୁଚିନ୍ତିତ ପ୍ରୋତ୍ସାହନ ବୋଲି ମନେ କରିବା ସହିତ ବେଆଇନ ମଦ ବିକ୍ରିକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଦାବୀ ଜଣାଇବା ସହିତ ଗ୍ରାମାଞ୍ଚଳ ମାନଙ୍କରେ ମଦର ବହୁଳ ପ୍ରସାର ବନ୍ଦ କରିବା ପାଇଁ ବିଭିନ୍ନ ମହିଳା ସଂଗଠନ ଅଣ୍ଟା ଭିଡ଼ିଥିବା ଦେଖିବାକୁ ମିଳିଛି । ସୁଚନା ଥାଉକି କୁଚା ଗାଁ ପଞ୍ଚାୟତ ଅନ୍ତର୍ଗତ ଧୁଟିଗୁଡ଼ା ଗ୍ରାମରେ ଗଢି ଉଠିଥିବା ଚାରି ଗୋଟି ବେଆଇନ କୋଠିକୁ ବନ୍ଦ କରିବା ପାଇଁ କଳାହାଣ୍ଡି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କକ୍ଷରେ ଅଭିଯୋଗ ପରେ ମଧ୍ୟ କୌଣସି ଫଳ ମିଳି ନ ଥିବାରୁ ବୁଧବାର ସଂପୃକ୍ତ ଗ୍ରାମର ଶତାଧିକ ମହିଳା ଜୟପାଟଣା ଥାନାରେ ଅଭିଯୋଗ ସହିତ ସ୍ଥାନୀୟ ବିଡିଓ, ତହସିଲଦାର, ଅବକାରୀ ବିଭାଗରେ ମଧ୍ୟ ଦାବୀପତ୍ର ଦେଇଥିବା ସୂଚନା ମିଳିଛି । ପୂର୍ବରୁ ମଧ୍ୟ ସଂପୃକ୍ତ ଅଧିକାରୀମାନଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ ଗ୍ରାମବସୀଙ୍କ ଅଭିଯୋଗକୁ କେହି କର୍ଣ୍ଣପାତ କରି ନଥିବା ସୂଚନା ମିଳିଛି । ଏଥର ପୂର୍ବଭଳି କୌଣସି ପଦକ୍ଷେପ ନିଆ ନ ଗଲେ ଆନ୍ଦୋଳନ ତୀବ୍ରତର ହେବା ସହିତ ମହିଳାମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.