jayashree

ହିଆଁଲ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଅଭିଭାବକ ବୈଠକ ଅନୁଷ୍ଠିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ସରକାରଙ୍କ ଚିଠି ଅନୁସାରେ ତୁରେକେଲା ବ୍ଲକ ଅନ୍ତର୍ଗତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ହିଆଁଲ ଠାରେ ଅଭିଭାବକ ବୈଠକ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଯୁଧିଷ୍ଠିର ଭରାସଗ୍ରିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ହିଆଁଲ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପର୍ଶୁରାମ ମାଝୀ, ବରିଷ୍ଠ ଶିକ୍ଷୟିତ୍ରୀ ଲତାମଣି ସ୍ୱାଇଁ ଯୋଗ ଦେଇଥିଲେ । ଶିକ୍ଷକ ପ୍ରଶାନ୍ତ ବିଶ୍ୱାଳ ସଭା ପରିଚାଳନା କରିଥିଲେ । ପୂଜାର୍ଚ୍ଚନା ପରେ ପ୍ରଧାନ ଶିକ୍ଷକ ଶ୍ରୀ ଭରାସଗ୍ରିଆ ବୈଠକର ଆଭିମୁଖ୍ୟ କହିଥିଲେ । ସିଆରସିସି ଶ୍ରୀ ଦାଶ ଚଳିତ ବୈଠକର ମୁଖ୍ୟ ବିନ୍ଦୁ ବାଲ୍ୟବିବାହ, ଶିଶୁ ଶ୍ରମିକ, ନିଶାମୁକ୍ତ ଭାରତ, ୧୪-୧୫ ବର୍ଷର ବାଳିକା ମାନଙ୍କୁ ଏଚ୍‌ପିଭି ଟୀକା ପ୍ରଦାନ, ବିଶ୍ୱ ହାତଧୂଆ ଦିବସ ଉପରେ ସଚେତନ କରିଥିଲେ । ଉପସ୍ଥିତ ଅଭିଭାବକ ମାନେ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ଏହି ବୈଠକରେ ସତୁରୀରୁ ଅଧିକ ଅଭିଭାବକ ଯୋଗ ଦେଇଥିବା ବେଳେ ବିଦ୍ୟାଳୟର ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ୍ୱାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.