
କେସିଙ୍ଗା, (ପ୍ରୀତେଶ ପଟେଲ) : କେସିଙ୍ଗାସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଆଜି ତୃତୀୟ ଅଭିଭାବକ-ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା କମିଟି (ଏସ୍ଏମ୍ସି) ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଶିକ୍ଷା ବିଭାଗର ନିର୍ଦ୍ଦେଶକ ବାଳମୁକୁନ୍ଦ ଭୂୟାଁ ଏବଂ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, କଳାହାଣ୍ଡି ହେମସାଗର ମହାନନ୍ଦ ଓ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ରୋହିତ କୁମାର ସାହୁ ଯୋଗ ଦେଇଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷକ ସମୀର କୁମାର ବେହେରା ବୈଠକରେ ଅଧ୍ୟକ୍ଷତା କରିବା ସହ ଉଦ୍ଘାଟନୀ ଅଭିଭାଷଣ ପ୍ରଦାନ କରିଥିଲେ ଓ ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଶିବ ପ୍ରସାଦ ସାହୁ ଓ ଉପାଧ୍ୟକ୍ଷା ଶ୍ରୀମତୀ ସବିତା ସାହା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଶିକ୍ଷକ ଜି. କ୍ରିଷ୍ଣା ରେଡ୍ଡୀ କାର୍ଯ୍ୟକ୍ରମର ସଂଯୋଜନା କରିଥଲେ । ବୈଠକରେ ସମଗ୍ର ଶିକ୍ଷା ଯୋଜନାର କାର୍ଯ୍ୟକାରିତା, ବିଦ୍ୟାଳୟରେ ଛାତ୍ରୀମାନଙ୍କ ସୁରକ୍ଷା, ସୁରକ୍ଷାମୂଳକ ବ୍ୟବସ୍ଥାର ଗୁରୁତ୍ୱ, ଶିଶୁ ଶ୍ରମ ନିରାକରଣରେ ଶିକ୍ଷକ ଓ ଅଭିଭାବକଙ୍କ ଭୂମିକା, ନିଶାମୁକ୍ତି ଅଭିଯାନ ଏବଂ ବିକଶିତ ଭାରତ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା । ଏଥିସହ ସମ୍ମେଟିଭ୍ ଆସେସମେଣ୍ଟ–୧ର ଫଳାଫଳ ଅଭିଭାବକମାନଙ୍କ ସହ ଆଦାନପ୍ରଦାନ କରାଯାଇ ଛାତ୍ରୀମାନଙ୍କ ଶୈକ୍ଷିକ ଅଗ୍ରଗତି ଓ ଉନ୍ନତି ପାଇଁ ଶିକ୍ଷକ-ଅଭିଭାବକଙ୍କ ସମନ୍ୱିତ ପ୍ରୟାସ ଉପରେ ଗୁରୁତ୍ୱ ଦିଆଯାଇଥିଲା । ବିଦ୍ୟାଳୟରେ ଛାତ୍ରୀମାନଙ୍କ ସ୍ୱାସ୍ଥ୍ୟ, ସ୍ୱଚ୍ଛତା ଓ ଋତୁସ୍ରାବଜନିତ ସ୍ୱଚ୍ଛତା ପରିଚାଳନା ନିମନ୍ତେ ଇନ୍ସିନେରେଟର୍ ସୁବିଧା ଏବଂ ସାନିଟାରି ନ୍ୟାପ୍କିନ୍ ଭେଣ୍ଡିଂ ମେସିନ୍ର ଉପଯୋଗିତା ସମ୍ପର୍କରେ ମଧ୍ୟ ଆଲୋକପାତ କରାଯାଇଥିଲା । ଏହି ସୁବିଧାଗୁଡ଼ିକର ସଠିକ୍ ବ୍ୟବହାର ଓ ରକ୍ଷଣାବେକ୍ଷଣ ପାଇଁ ସଚେତନତା ସୃଷ୍ଟି କରିବା ଉପରେ ମତ ପ୍ରକାଶ ପାଇଥିଲା । କାର୍ଯ୍ୟକ୍ରମରେ ଶିକ୍ଷକ ଆର୍ତ୍ତତ୍ରାଣ ଷଡ଼ଙ୍ଗୀ, ନିପେନ୍ଦ୍ର ବାଗ, ଶ୍ରୀମତୀ ମୋନାଲିସା ନାୟକ, କୁନା ସେଠୀ, ସୁଶାନ୍ତ କୁମାର ମେହେର, ଶ୍ରୀମତୀ ହରିପ୍ରିୟା ରାୟ, ଶ୍ରୀମତୀ ଅନୁରାଧା ସାହା, ଶ୍ରୀମତୀ ମାନସୀ ନାୟକ, କହ୍ନେଇଲାଲ ସାହୁ ଓ ରାହୁଲ ମାଝୀ ବିଭିନ୍ନ ଆଲୋଚନା ଓ ସଚେତନତାମୂଳକ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଏହି ବୈଠକ ମାଧ୍ୟମରେ ବିଦ୍ୟାଳୟର ଶୈକ୍ଷିକ ମାନ ବୃଦ୍ଧି, ଛାତ୍ରୀମାନଙ୍କ ସୁରକ୍ଷା ଓ ସର୍ବାଙ୍ଗୀନ ବିକାଶ ସହିତ ବିଦ୍ୟାଳୟ ଓ ଅଭିଭାବକଙ୍କ ମଧ୍ୟରେ ସୁଦୃଢ଼ ସମ୍ପର୍କ ସ୍ଥାପନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ବୈଠକରେ ସମଗ୍ର ଶିକ୍ଷା ଯୋଜନାର କାର୍ଯ୍ୟକାରିତା, ବିଦ୍ୟାଳୟରେ ଛାତ୍ରୀମାନଙ୍କ ସୁରକ୍ଷା, ସୁରକ୍ଷାମୂଳକ ବ୍ୟବସ୍ଥାର ଗୁରୁତ୍ୱ, ଶିଶୁ ଶ୍ରମ ନିରାକରଣରେ ଶିକ୍ଷକ ଓ ଅଭିଭାବକଙ୍କ ଭୂମିକା, ନିଶାମୁକ୍ତି ଅଭିଯାନ ଏବଂ ବିକଶିତ ଭାରତ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା । ଏଥିସହ ଛାତ୍ରୀମାନଙ୍କ ଶୈକ୍ଷିକ ଅଗ୍ରଗତି ଓ ଉନ୍ନତି ପାଇଁ ଶିକ୍ଷକ-ଅଭିଭାବକଙ୍କ ସମନ୍ୱିତ ପ୍ରୟାସ ଉପରେ ଗୁରୁତ୍ୱ ଦିଆଯାଇଥିଲା । ଏହି ବୈଠକ ମାଧ୍ୟମରେ ବିଦ୍ୟାଳୟର ଶୈକ୍ଷିକ ମାନ ବୃଦ୍ଧି, ଛାତ୍ରୀମାନଙ୍କ ସୁରକ୍ଷା ଓ ସର୍ବାଙ୍ଗୀନ ବିକାଶ ସହିତ ବିଦ୍ୟାଳୟ ଓ ଅଭିଭାବକଙ୍କ ମଧ୍ୟରେ ସୁଦୃଢ଼ ସମ୍ପର୍କ ସ୍ଥାପନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା ।