jayashree

ଜଙ୍ଗଲ ଜମିରୁ ପଥର ଉତ୍ତୋଳନ : ସାତ ଟ୍ରାକ୍ଟର ଜବତ

ରାଉରକେଲା, (କେପିଏନ୍‌ଏସ୍‌) : ଦିନ ଦି ପହରେ ରାଉରକେଲା ଜଲଦା ଅଞ୍ଚଳର ଜଙ୍ଗଲ ଜମିରୁ ରାଜସ୍ୱ ଲୁଟି ଧୂଳିସାତ କରୁଥିଲେ ମାଫିଆ । ଅନେକ ଅଭିଯୋଗ ସତ୍ୱେ ନିଆଯାଉନଥିଲା କାର୍ଯ୍ୟାନୁଷ୍ଠାନ । ଗତ ମଙ୍ଗଳବାର ଦିନ ଚଢ଼ାଉ କଲା ରାଉରକେଲା ବନ ବିଭାଗ ଟିମ । ଗୋଟେ ଜେସିବି , ୭ ଟି ଟ୍ରାକ୍ଟର ଓ ପଥର ଫଟାଇବା ସରଞ୍ଜାମକୁ ଜବତ କରିଛି ବନବିଭାଗ । ରଘୁନାଥପଲ୍ଲୀ ଥାନା ଅଧୀନ ଜଳଦା ଫାଣ୍ଡି ପୋଲିସ ସହାୟତାରେ ରାଉରକେଲା ବନ ବିଭାଗ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ପଥର ମାଫିଆଙ୍କ ସହ ଫେରାର ମାରିଲେ ସମସ୍ତ ଡ୍ରାଇଭର । ସେମାନଙ୍କୁ ଧରିବା ପାଇଁ ଜଳଦା ଫାଣ୍ଡି ପୋଲିସ ତନାଘନା ଚଲାଇଥିବା ବିଶେଷ ସୂତ୍ରରୁ ପ୍ରକଶ ।

Leave A Reply

Your email address will not be published.