pakka

ମହଲାଇ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ମହଲାଇରେ ଚଳିତ ବର୍ଷ ଦୁର୍ଗାପୂଜା ଆୟୋଜନ ନେଇ ବୁଧବାର ରାତିରେ ସ୍ଥାନୀୟ ସାର୍ବଜନୀନ ଦୁର୍ଗାପୂଜା କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗତ ୨ବର୍ଷ ହେଲା ପୂଜା କୋଭିଡ କଟକଣାରେ ଆୟୋଜିତ ହୋଇ ଆସୁଥିବାରୁ ଚଳିତ ବର୍ଷ ଧୁମ୍‌ଧାମ୍‌ରେ ପାଳନ କରାଯିବା ନେଇ କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । ଏହି ବୈଠକରେ ରୋହିତ ବିଶ୍ଵାଳ, ବିମଳ ପଧାନ, ବୁଲୁ ରଣା, ଆଲୋକ ସାହୁ, ଲକ୍ଷ୍ମଣ ରଣା, ବୈରାଗୀ ବାଙ୍କ, ଦୀପକ ପୋଢ଼ଙ୍କ ସହ କମିଟିର ସମସ୍ତ ସଦସ୍ୟ ଓ ଗ୍ରାମବାସୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

three + 10 =