jayashree

ସିନେମା ହଲ ନିର୍ମାଣ ପାଇଁ ଦୃଢ଼ ଦାବି ଜଣାଇଲେ ପ୍ରଖ୍ୟାତ କଣ୍ଠଶିଳ୍ପୀ ଉମାକାନ୍ତ ବାରିକ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଓଡ଼ିଶାର ଲୋକପ୍ରିୟ ସମ୍ବଲପୁରୀ କଣ୍ଠଶିଳ୍ପୀ ଅଭିନେତା ଉମାକାନ୍ତ ବାରିକ ସୁବର୍ଣ୍ଣପୁରରେ ସିନେମା ହଲ୍ ନିର୍ମାଣ ପାଇଁ ଦୃଢ଼ ଦାବି କରିବା ସହ ଜିଲ୍ଲାପାଳ ଦେବାଶିଷ ସିଂଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । କଳା, ସଂସ୍କୃତି ତଥା ଐତିହ୍ୟ ସମ୍ପନ୍ନ ସହର ତଥା ସୁବର୍ଣ୍ଣପୁର ଜିଲ୍ଲାରେ ଲୋକଙ୍କ ମନୋରଞ୍ଜନ ପାଇଁ ଏକ ତୁରନ୍ତ ଏକ ଅତ୍ୟାଧୁନିକ ସିନେମା ହଲ ନିର୍ମାଣ କରିବା ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି । ଲୋକେ ମନୋରଞ୍ଜନ ପାଇଁ ପାଖ ପଡୋଶୀ ଜିଲ୍ଲା ଦୂର ଦୁରାନ୍ତର ଜାଗାକୁ ଯାତ୍ରା କରୁଥିବା ଓ ପୂର୍ବ ଅପେକ୍ଷା ଏବେ ଲୋକ ସଂଖ୍ୟା ଖୁବ୍ ବୃଦ୍ଧି ପାଇଥିବାରୁ ମନୋରଞ୍ଜନ ପାଇଁ ସିନେମା ହଲ ନିର୍ମାଣ ନିତାନ୍ତ ଜରୁରୀ ହୋଇପଡ଼ିଛି ବୋଲି ଶ୍ରୀ ବାରିକ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ । ଶ୍ରୀ ବାରିକଙ୍କ ସହ ଜିଲ୍ଲା ପୋଲିସ ସଂଘର ପ୍ରାକ୍ତନ ସଭାପତି ଦିନେଶ ମିଶ୍ର ଓ କଳାକାର ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.