
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଓଡ଼ିଶା ସାମ୍ୱାଦିକ ସଂଘ, ସୁବର୍ଣ୍ଣପୁର ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ମିନି କନଫରେନ୍ସ ହଲ୍ ଠାରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସୋନପୁର ଉପ- ଜିଲ୍ଲାପାଳ ଡଃ. ସୌମ୍ୟାରୂପା ରଥ ଯୋଗ ଦେଇ ସାମ୍ୱାଦିକ ପରିବାରଙ୍କ ସୁରକ୍ଷା ଓ ଚିକିତ୍ସା ବିଷୟ, ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ଏବଂ ପ୍ରଶାସନିକ କାର୍ଯ୍ୟରେ ସହଭାଗିତା ଇତ୍ୟାଦି ସଂଘର ୧୭ ବର୍ଷର ସାମଜିକ କାର୍ଯ୍ୟକୁ ଖୁବ୍ ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥି ଭାବରେ ଜିଲ୍ଲା କ୍ରୀଡା ଅଧିକାରୀ ଚିତ୍ତ ରଞ୍ଜନ ମିଶ୍ର, ସଂଘର ଉପଦେଷ୍ଟା ପର୍ଶୁରାମ ମିଶ୍ର, ପବିତ୍ର ମୋହନ ପାଣ୍ଡିଆ, ମାନ ଭଞ୍ଜନ ମିଶ୍ର, ରାଜ କିଶୋର ତ୍ରିପାଠୀ ଯୋଗ ଦେଇ ଏହି ସଂଘର ସେବା କାର୍ଯ୍ୟ ଓ ସମସ୍ତ କାର୍ଯ୍ୟ କଳାପ ଯୋଗୁଁ ଆମ ଜିଲ୍ଲା ରାଜ୍ୟରେ ସବୁବେଳେ ପ୍ରଥମ, ଦ୍ୱିତୀୟ ସ୍ଥାନରେ ରହି ଜିଲ୍ଲାର ସୁନାମ ଅର୍ଜନ କରିଛି ବୋଲି କହିଥିଲେ । ସଂଘ ସଭାପତି ମନୋରଞ୍ଜନ ତ୍ରିପାଠୀ ସ୍ୱାଗତ ଅଭିଭାଷଣ ରଖିଥିବା ବେଳେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦିଲ୍ଲୀପ ପାତ୍ର ସଭା ସଂଯୋଜନା କରିଥିଲେ । ସଂପାଦକ ମହାଦେବ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । ବିନିକା, ଡୁଙ୍ଗୁରୀପାଲି, ତରଭା ଏବଂ ସୋନପୁର ଅଞ୍ଚଳର ସମସ୍ତ ସଦସ୍ୟ ଯୋଗ ଦେଇ ଜାତୀୟ ପ୍ରେସ ଦିବସ ଅବସରରେ ନିଜ ନିଜର ମତ ରଖିଥିଲେ ।