jayashree

‘ସେବା ସଂକଳ୍ପ ଅଭିଯାନ’ ଅନ୍ତର୍ଗତ ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ଚିତ୍ରାଙ୍କନ ଓ ସ୍ଲୋଗାନ ପ୍ରତିଯୋଗିତା ଓ ମାଗଣା ହେଲମେଟ ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପରିବହନ ଆୟୁକ୍ତଙ୍କ ନିର୍ଦ୍ଦେଶକ୍ରମେ ତଥା ‘ସେବା ସଂକଳ୍ପ ଅଭିଯାନ’ ଅନ୍ତର୍ଗତ ଜିଲ୍ଲା ପରିବହନ ବିଭାଗ ତରଫରୁ ପି.ପି. ଏକାଡେମୀ ଠାରେ ସଡ଼କ ସୁରକ୍ଷା ସମ୍ପର୍କିତ ଚିତ୍ରାଙ୍କନ ଓ ସ୍ଲୋଗାନ୍ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଉକ୍ତ ପ୍ରତିଯୋଗିତାରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ବିଜେତାମାନଙ୍କୁ ପୁରସ୍କାର ଓ ଟ୍ରଫି ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆଞ୍ଚଳିକ ପରିବହନ ଅଧିକାରୀ, ପ୍ରିୟବ୍ରତ ମହାନ୍ତିଙ୍କ ସମେତ ପରିବହନ ବିଭାଗର ଅନ୍ୟାନ୍ୟ କର୍ମଚାରୀ, ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର କର୍ମଚାରୀ ଏବଂ ପି. ପି. ଏକାଡେମୀର ଅଧ୍ୟକ୍ଷ ଓ ଅନ୍ୟାନ୍ୟ ଶିକ୍ଷକ-ଶିକ୍ଷୟିତ୍ରୀମାନେ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ସେହିପରି ଅନ୍ୟ ଏକ କାର୍ଯ୍ୟକ୍ରମରେ ‘ସେବା ସଂକଳ୍ପ ଅଭିଯାନ’ ଅନ୍ତର୍ଗତ ଦେଓଗାଁ ରୋଡ୍‌ସ୍ଥିତ ଜାତୀୟ ରାଜପଥ-୨୬ ଠାରେ ଦୁଇଚକିଆ ଯାନ ଚାଳକମାନଙ୍କୁ ମାଗଣାରେ ହେଲମେଟ୍ ବଣ୍ଟନ କରାଯାଇଥିଲା । ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦୁଇଚକିଆ ଯାନ ଚାଳକମାନଙ୍କ ମଧ୍ୟରେ ହେଲମେଟ୍ ବ୍ୟବହାରର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହିତ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ଓ ଗୁରୁତର ଆଘାତକୁ ହ୍ରାସ କରିବା ।

Leave A Reply

Your email address will not be published.