
ରାଉରକେଲା, (କେପିଏନ୍ଏସ୍) : ନାଗ୍ରା ତନ୍ତି ସମାଜର ନୂଆଁଖାଇ ଭେଟଘାଟ ଆସନ୍ତା ନଭେମ୍ବର ୨୨ରେ ହେବାକୁ ଥିବା କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ ପତ୍ର ମା’ ସମଲେଇ ଓ ଶ୍ରୀ ଗଣେଶ ଠାକୁରଙ୍କ ପ୍ରତିମୂର୍ତ୍ତୀରେ ପୂର୍ବତନ କେନ୍ଦ୍ର ସଭାପତି ପ୍ରଭାକର ତନ୍ତିଙ୍କ ହସ୍ତରେ ପୂଜା ଅର୍ଚ୍ଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ କେନ୍ଦ୍ର ସଭାପତି ସନ୍ତୋଷ କୁମାର ତନ୍ତି ସାଧାରଣ ସମ୍ପାଦକ ଉପେନ୍ଦ୍ର ପାତ୍ର, ଉପସଭାପତି ରବୀନ୍ଦ୍ର ତନ୍ତି, ସମ୍ପାଦକ ରତନ ତନ୍ତି, କୋଷାଧ୍ୟକ ବିନୋଦ କୁମାର ତନ୍ତି, ଯୁଗ୍ମ ସମ୍ପାଦକ ଦେବାନନ୍ଦ ତନ୍ତି ସହ ସାଂସ୍କୃତିକ ସମ୍ପାଦକ ସୁରଜ ତନ୍ତି ନଗର ସଭାପତି ରାମପାଲ ତନ୍ତି, ସମ୍ପାଦକ ଅନିଲ ତନ୍ତି, ସଭ୍ୟ ପଞ୍ଜାବୀ ତନ୍ତି ଓ ଦୁର୍ଯ୍ୟୋଧନ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଆସନ୍ତା ନଭେମ୍ବର ୨୨ରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରଘୁନାଥପାଲି ବିଧାୟକ, ତଥା ଯୋଜନା ବୋର୍ଡ ଅଧ୍ୟକ୍ଷ, ଦୁର୍ଗା ଚରଣ ତନ୍ତି, ପ୍ରଫୁଲ୍ଲ ସୁନିୟାନୀ, ସଭାପତି ଲକ୍ଷେ ଘର ସମାଜ ସୁନ୍ଦରଗଡ, ପ୍ରତିମା ପାତ୍ର ସମିତି ସଭ୍ୟା, ଝିରପାଣି ବିଶ୍ରାବ୍ଲକ ପ୍ରମୁଖ ଯୋଗଦେବେ ବୋଲି ନାଗ୍ରା ତନ୍ତି ସମାଜର ସଭାପତି ସନ୍ତୋଷ କୁମାର ତନ୍ତି କହିଛନ୍ତି ।