pakka

ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ୮୩ ନମ୍ବର ପାହ୍ୟାରେ ଖଡ଼ିଆଳର ଆର୍ତତ୍ରାଣ ତାଣ୍ଡି

bbehera

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ଲାଳସାହେବପଡାର ଜଣେ ମଧ୍ୟବିତ୍ତ ପରିବାରର ପିତା ଭଜମନ ତାଣ୍ଡି ଓ ମାତା ବାସନ୍ତୀ ତାଣ୍ଡିଙ୍କ ଚାରି ପୁଅଝିଅଙ୍କ ମଧ୍ୟରୁ ଦ୍ଵିତୀୟ ନମ୍ୱର ହେଉଛନ୍ତି ଆର୍ତ୍ତତ୍ରାଣ । ସେ ଖଡ଼ିଆଳ ସ୍ଥିତ ପବ୍ଲିକ ସ୍କୁଲରେ ଅଷ୍ଟମ ଶ୍ରେଣୀ ଯାଏ ପାଠ ପଢିଥିଲେ । ପରେ ତରବୋଡ଼ ସ୍ଥିତ ଜବାହାର ନବୋଦୟ ବିଦ୍ୟାଳୟରେ ଯୁକ୍ତ ଦୁଇ ପର୍ଯ୍ୟନ୍ତ ପାଠ ପଢି ରାଉରକେଲା ସ୍ଥିତ ନିଟ ବିଶ୍ୱବିଦ୍ୟାଳୟ ସ୍ନାତକ ସମାପ୍ତ କରିଥିଲେ । ପରେ ଦିଲ୍ଲୀ ସ୍ଥିତ ଜେଏନୟୁରେ ସୋସିଓଲୋଜିରେ ପିଜି ସମାପ୍ତ କରି ବର୍ତ୍ତମାନ ସେହି ବିଶ୍ୱବିଦ୍ୟାଳୟରେ ସୋସିଓଲୋଜିରେ ପିଏଚ୍‌ଡି କରୁଛନ୍ତି । ଆର୍ତ୍ତତ୍ରାଣ ଏହି ସଫଳତା ପାଇଁ ନିଜ ପରିବାର ଓ ସାଙ୍ଗସାଥୀଙ୍କ ସପୋର୍ଟକୁ ଶ୍ରେୟ ଦେଇଛନ୍ତି । ଏହି ସଫଳତା ପାଇଁ ଆର୍ତ୍ତତ୍ରାଣଙ୍କ ସହ ତାଙ୍କ ପରିବାରକୁ ଶୁଭେଚ୍ଛାର ସୁଅ ଛୁଟୁଛି ।

jay balangir
Leave A Reply

Your email address will not be published.

4 × 2 =