pakka

କୋଷାଗୁମୁଡା ବ୍ଲକରେ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଶିକ୍ଷାଗତ ଯୋଗ୍ୟତାର ଯାଞ୍ଚ ପ୍ରକ୍ରିୟା ଆରମ୍ଭ

bbehera

ନବରଙ୍ଗପୁର, (ଜଗନ୍ନାଥ ବିଷୋୟୀ) : କୋଷାଗୁମୁଡ଼ା ନକଲି ଶିକ୍ଷକ ପ୍ରସଙ୍ଗରେ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକର ୫୫୨ ଜଣ ରେଗୁଲାର ଓ ଏକ୍ସ କ୍ୟାଡର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତାର ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ବ୍ଲକର ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ରେଗୁଲାର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଶିକ୍ଷାଗତ ପ୍ରମାଣପତ୍ର ଯାଞ୍ଚ କାର୍ଯ୍ୟ ସମ୍ପାଦନ ହୋଇଯାଇଛି । ଏଥିରେ ଏବିଇଓ, ବ୍ଲକର ବରିଷ୍ଠ ଶିକ୍ଷକଙ୍କ ତତ୍ତ୍ଵାବଧାନରେ ଏହି ଯାଞ୍ଚ ପ୍ରକ୍ରିୟା ଜାରି ରହିଛି । ୫୫୨ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦୁଇଦିନ ଧରି ଯାଞ୍ଚ ପ୍ରକ୍ରିୟାକରଣ ଚାଲିବ । ଏହା ସରିବା ପରେ ସମସ୍ତ ତଥ୍ୟ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଜରିଆରେ ରାଜ୍ୟ ଶିକ୍ଷା ବିଭାଗକୁ ପ୍ରେରଣ କରାଯିବ ବୋଲି ସୂଚନା ମିଳିଛି । ଏହି ତଥ୍ୟର ସତ୍ୟାସତ୍ୟକୁ ଆଧାର କରି ଆଗାମୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି କୋଷାଗୁମୁଡା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି ।

Leave A Reply

Your email address will not be published.

fourteen − three =