pakka

ଡାଏଟ୍‌ ବରଗଡରେ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ

bbehera

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ୍ ବରଗଡ଼ରେ ଇତି ମଧ୍ୟରେ ଦିତୀୟ ବର୍ଷ ଗୁରୁ ଛାତ୍ରଛାତ୍ରୀ ମାନଂକର ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ବିଦାୟକାଳୀନ ସଭାରେ ଦିତୀୟ ବର୍ଷ ଗୁରୁ ଛାତ୍ରଛାତ୍ରୀ ମାନେ ନିଜ ନିଜର ଅନୁଭୂତି ମନେ ପକାଇଥିଲେ । ପ୍ରଥମ ବର୍ଷ ଗୁରୁ ଛାତ୍ରୀ ସୁଚି କାର୍ଯ୍ୟକ୍ରମକୁ ହୋଷ୍ଟିଙ୍ଗ କରିଥିଲେ । ଏହି ସଭାକୁ ଅନୁଷ୍ଠାନର ଅଧକ୍ଷ ଅକ୍ଷୟ କୁମାର ବାରିକ୍ ସଭାପତିତ୍ୱ କରିଥିଲେ । ପ୍ରାରମ୍ଭରେ ଅଧ୍ୟାପକ ଜନକ ସେଠଙ୍କର ଲେଖା ଏବଂ ନିର୍ଦେଶନାରେ ପ୍ରଥମ ବର୍ଷ ଗୁରୁ ଛାତ୍ରୀ ନିକିତା, ତୃପ୍ତି, ଅଙ୍କିତା, ସ୍ନେହା, ଶୁଭଶ୍ରୀ, ଦିପ୍ତୀ ବିଦାୟୀ ସଂଗୀତ ପରିବେଷଣ କରିଥିଲେ । ଅନୁଷ୍ଠାନର ସମସ୍ତ ଅଧ୍ୟାପକ ଅଧ୍ୟାପିକା ବିଦାୟୀ ଛାତ୍ରଛାତ୍ରୀ ମାନଂକୁ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଥିଲେ । ଶେଷରେ ପ୍ରଥମ ବର୍ଷ ଗୁରୁ ଛାତ୍ର କୃତିବାସ ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

twenty − 1 =