ସ୍କୁଲରେ ଛାତ୍ରଙ୍କୁ ଯୌନ ନିର୍ଯ୍ୟାତନା ଅଭିଯୋଗ : ୨ ଜଣ ସରକାରୀ ଶିକ୍ଷକଙ୍କୁ ନିଲମ୍ବିତ କଲେ ଜିଲ୍ଲା ଶିକ୍ଷା ଅଧିକାରୀ

ତୁଷୁରା, (ଅଜିତ କୁମାର ସାହୁ) : ବାଲାଙ୍ଗିର ତୁଷରା ରୋୟାଲ୍ ଇଣ୍ଟର୍‌ ନ୍ୟାସନାଲ୍‌ ସ୍କୁଲ ହଷ୍ଟେଲରେ ଜଣେ ଛାତ୍ର ଅନ୍ୟଜଣେ ଛାତ୍ରଙ୍କୁ ଯୌନ ନିର୍ଯ୍ୟାତନା ଘଟଣାରେ ସ୍କୁଲରେ ଟ୍ରଷ୍ଟିଥିବା ଗୁଡଭେଲା ବୁଗୁଡ଼ ସ୍କୁଲର ଦୁଇ ସରକାରୀ ଶିକ୍ଷକଙ୍କୁ ନିଲମ୍ବିତ କରିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ । କିଛିଦିନ ତଳେ ଆଉ ଦୁଇ ଶିକ୍ଷକଙ୍କୁ ମଧ୍ୟ ବେସରକାରୀ ସ୍କୁଲରେ ସଂପୃକ୍ତି ନେଇ ନିଲମ୍ବିତ ହୋଇଥିଲେ । ଏହି ଘଟଣାରେ ମୋଟ ଚାରି ଜଣ ଶିକ୍ଷକ ନିଲମ୍ବିତ ହୋଇଛନ୍ତି । ନିଲମ୍ବିତ ଦୁଇ ଶିକ୍ଷକ ଅଶୋକ ପଧାନ ଓ ବଳଦେବ ସାହୁ ବୋଲି କୁହାଯାଇଛି । ସରକାରୀ ଶିକ୍ଷକ ହୋଇ ବେସରକାରୀ ସ୍କୁଲ ଚଳାଇବା ଅଭିଯୋଗରେ ନିଲମ୍ୱିତ ହୋଇଛନ୍ତି ଶିକ୍ଷକ । 

ବଳଙ୍ଗିର ତୁଷୁରାରେ ଥିବା ରୋୟାଲ୍ ଇଣ୍ଟର୍‌ ନ୍ୟାସନାଲ୍‌ ବେସରକାରୀ ସ୍କୁଲ ହଷ୍ଟେଲରେ ଜଣେ ଛାତ୍ର ଆଉ ଜଣେ ଛାତ୍ରଙ୍କୁ ଯୌନ ନିର୍ଯ୍ୟାତନା ଅଭିଯୋଗ ହୋଇଥିଲା । ଘଟଣାକୁ ନେଇ ମୁରିବାହାଲ ବ୍ଲକର ପୀଡ଼ିତ‌ଙ୍କ ପରିବାର ଅଭିଯୋଗ କରିଥିଲେ ।  ଘଟଣାରେ ପୋଲିସ ଯୌନ ନିର୍ଯ୍ୟାତନା ଦେଇଥିବା ଅଭିଯୁକ୍ତ ନାବାଳକ ଛାତ୍ରଙ୍କୁ ପଚରାଉଚରା କରିଛି । ପୀଡ଼ିତ ଛାତ୍ରଙ୍କ ପରିବାର ପକ୍ଷରୁ ଏନେଇ ପୂର୍ବରୁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ସ୍କୁଲ କର୍ତ୍ତୃପକ୍ଷ କିଛି ଶୁଣି ନଥିବା କହିଛନ୍ତି ପୀଡ଼ିତଙ୍କ ପରିବାର । ପରେ ଘଟଣା ସମ୍ପର୍କରେ ଜିଲ୍ଲା ଜନ ମଙ୍ଗଳ ବିଭାଗ ଓ ପୋଲିସରେ ଲିଖିତ ଅଭିଯୋଗ କରିଥିଲେ । ଘଟଣାର ଖୋଳତାଡ ପରେ ରୟାଲ ଇଣ୍ଟର ନ୍ୟାସନାଲ ସ୍କୁଲ ସରକାରୀ ଶିକ୍ଷକ ଚଳାଉଥିବା ତଦନ୍ତରୁ ଜାଣିବାକୁ ପାଇଥିଲା ଶିକ୍ଷା ବିଭାଗ । ଏପରି ଘଟଣାକୁ ନେଇ ପଦକ୍ଷେପ ନେଇ ପୀଡ଼ିତ ନାବାଳକ ଛାତ୍ର ଓ ତାଙ୍କ ପରିବାରକୁ ନ୍ୟାୟ ଦେବା ବଦଳରେ ଘଟଣାକୁ ଚାପି ଦେବାକୁ ବାଧ୍ୟ କରିଥିଲେ ବେସରକାରୀ ସ୍କୁଲ ଚଳାଉଥିବା ସରକାରୀ ଶିକ୍ଷକ ବୋଲି ମଧ୍ୟ ଅଭିଯୋଗ ହେଉଛି ।

Leave A Reply

Your email address will not be published.