ଜନ ସଚେତନତା ସୃଷ୍ଟି ସହିତ ମାସ୍କ ବଣ୍ଟନ

ଲୋଇସିଂହା : ବିଜୁ ଜନତା ଦଳର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନଵୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଅକ୍ଟୋବର ୨ ରୁ ନଭେମ୍ବର ୨ ପର୍ୟ୍ୟନ୍ତ କରୋନା ମହାମାରୀକୁ ନେଇ ଚାଲିଥିବା ଜନସଚେତନ ଅଭିଯାନରେ ଗତକାଲି ବିଜୁ ଜନତା ଦଳର ରାଜ୍ୟ ପରିଷଦ ସଦସ୍ୟ ତଥା ଲୋଇସିଂହା ନିର୍ବାଚନ ମଣ୍ଡଳୀର ଯୁବ ନେତା ନିହାର ରଞ୍ଜନ ବେହେରାଙ୍କ ନେତୃତ୍ୱରେ ଲୋଇସିଂହା ନିର୍ବାଚନମଣ୍ଡଳୀର ଲୋଇସିଂହା ବ୍ଲକ ଅନ୍ତର୍ଗତ ଉପରବାହାଲ ପଞ୍ଚାୟତର ସାଧୁପାଲି, ଭୋଇପାଲି, ରଘୁପଦର, ଝାଙ୍କରପାଲି, ଜାମଝୁରି, ଉପରବାହାଲ ଓ ଉଛବପାଲି ଗ୍ରାମରେ ଜନସଚେତନତା ସୃଷ୍ଟି ସହିତ ମାସ୍କ ବଣ୍ଟନ କରିଥିଲେ । ସମସ୍ତଙ୍କୁ ଅନୁରୋଧ କରିଥିଲେ ଦୟାକରି ମାସ୍କ ବ୍ୟବହାର କରନ୍ତୁ, ସାମାଜିକ ଦୂରତ୍ୱ ରକ୍ଷା କରନ୍ତୁ ଓ ହାତକୁ ସଫା କରନ୍ତୁ ବୋଲି । ଏଥିରେ ଉପରବାହଲ ପଞ୍ଚାୟତର ପୂର୍ବତାନ ସରପଞ୍ଚ ନେହେରୁ ବିଶ୍ୱାଳ, ଉପରବାହାଲ ସମିତି ସଭ୍ୟଙ୍କ ପ୍ରତିନିଧି ଦିଲୀପ ଭୋଇ, ଯୁବ ନେତା ଅନନ୍ତ ସାହୁ, ଅଂଶୁମାନ ଗୁରୁ ଓ ପଞ୍ଚଯାତ ର ଅନ୍ୟାନ୍ୟ ବିଜୁ ଜନତା ଦଳର କର୍ମୀମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.