
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ ବ୍ଲକ ସାଉରିଆ ପଞ୍ଚାୟତ ଅନ୍ତର୍ଗତ ଓଉପଡା ଗ୍ରାମର ସାର୍ବଜନୀନ ଦୁର୍ଗାପୂଜା ୫୩ବର୍ଷରେ ପଦାର୍ପଣ କରିଛି । ୧୯୭୩ ମସିହାରେ ଆରମ୍ଭ ହୋଇଥିବା ଏହି ସାର୍ବଜନୀନ ଦୂର୍ଗାପୂଜା ଚଳିତ ବର୍ଷ ଏକ ବିଶାଳ ଓ ଆକର୍ଷଣୀୟ ମଣ୍ଡପରେ ଦେବୀ ଦୂର୍ଗାଙ୍କ ସୁଉଚ୍ଚ ତଥା ଆକର୍ଷଣୀୟ ମୂର୍ତ୍ତି ଅପୂର୍ବ ଶୋଭାବର୍ଦ୍ଧନ କରୁଛି । ପୂଜାମଣ୍ଡପରେ ମା’ ଦୁର୍ଗା ଦେବୀଙ୍କ ଷଷ୍ଠୀ, ସପ୍ତମୀ ଓ ଅଷ୍ଟମୀ ପୂଜା ଅନୁଷ୍ଠିତ ହୋଇଥିଲା । ଆଜି ନବମୀ ପୂଜା ମହାଆଡମ୍ବରରେ ଅନୁଷ୍ଠିତ ହୋଇଥିଲା । ମଙ୍ଗଳବାର ଦଶମୀ ପୂଜା (ଦଶହରା) ଅନୁଷ୍ଠିତ ହେବ । ସୁସଜ୍ଜିତ ଆକାର୍ଷଣୀୟ ଦେବୀ ଦୁର୍ଗାଙ୍କ ମୃଣ୍ମୟ ମୃତ୍ତି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରୁଛି । ତାହା ସହିତ ଆଲୋକ ସଜ୍ଜା ଦର୍ଶକ ମାନଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଓଉପଡା ଦୁର୍ଗା ପୂଜା କମିଟିର ସଭାପତି ସମେତ ସମସ୍ତ ସଦସ୍ୟମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମ ଆୟୋଜିତ ଓ ପରିଚାଳନା ହେଉଛି ।