ପ୍ରତିଶ୍ରୁତି ପରେ ଟେମରୀ ଗ୍ରାମର ଶ୍ରମିକ ଧାରଣା ପ୍ରତ୍ୟାହାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ଅଧୀନସ୍ଥ ଟେମରୀ ଗ୍ରାମ ପଞ୍ଚାୟତର ଟେମରୀ ଗ୍ରାମର ଶ୍ରମିକମାନେ ଆଜିକୁ ଦୁଇଦିନ ହେଲା ପଞ୍ଚାୟତ କାର୍ୟ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଥିଲେ । ପ୍ରଶାସନର ପ୍ରତିଶ୍ରୁତି ପରେ ଗଣଧାରଣାରୁ ଉଠିବାର ଖବର ଜଣାପଡିଛି । ସୂଚନା ଅନୁସାରେ ଶ୍ରମିକମାନେ ମନରେଗା ଯୋଜନାରେ ମାଟି ବୁହା କାମ କରିଥିଲେ । ଛଅ ମାସ ହେଲା ଆଜି ପର୍ୟ୍ୟନ୍ତ କରିଥିବା କାମର ପାଉଣା ଗୋଟିଏ ସପ୍ତାହର ପାଇଥିବା ବେଳେ ଦୁଇ ସପ୍ତାହ କାମର ପାଉଣା ପାଇ ନଥିବା ହେତୁ ପଞ୍ଚାୟତ କାର୍ୟ୍ୟାଳୟ ସମ୍ମୁଖରେ ଗଣଧାରଣାରେ ବସିଥିଲେ । ପାଇକମାଲ ବ୍ଲକ ବିଡିଓ ସୁରେନ୍ଦ୍ର କୁମାର ମେହେର, ବ୍ଲକ ଅଧ୍ୟକ୍ଷ ଅଳତାପ ମହମ୍ମଦ, ବ୍ଲକ ଜେଇ ଓ ପାଇକମାଲ ପୋଲିସ ଅଧିକାରୀ ଘଟଣା ସ୍ଥଳକୁ ପହଞ୍ଚି ବୁଝାସୁଝା କରି ଆସନ୍ତା ୧୨ ତାରିଖ ସୋମବାର ଦିନ ସମସ୍ତ ଶ୍ରମିକମାନଙ୍କର ପାଉଣା ଦିଆଯିବ ବୋଲି ପ୍ରତିଶ୍ରୁତି ଦେବାପରେ ଗଣଧାରଣାରୁ ଶ୍ରମିକମାନେ ଉଠିଥିଲେ । ଏଇ ଗଣ ଧାରଣାରେ ଶାରଦୀପ ସୁନା, ଜପ ବାଗ, ଭଗବାନ ବଛା, ମହେନ୍ଦ୍ର ବାଗ, ଭଗବାନ ମହାନନ୍ଦ, ହେମନ୍ତ ନାଗ, ରୁଦୁନା ମହାନନ୍ଦ, ସୁଶାନ୍ତ ବାଗ, ମଦନ ସାହୁଙ୍କ ସମେତ ଅନ୍ୟାନ୍ୟ ଶ୍ରମିକ ସାମିଲ ହୋଇଥିଲେ ।

Leave A Reply

Your email address will not be published.