ବର୍ବର ହତ୍ୟାକାଣ୍ଡ : ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାତ୍ୟା

ସମ୍ବଲପୁର : ଆଜି ସମ୍ବଲପୁର ସହର ରକ୍ତର ଛିଟାରେ ଭିଜି ଯାଇଛି । ସ୍ପଷ୍ଟ ଦିବାଲୋକରେ ବିଚ୍‌ ରା‌ସ୍ତା ଉପରେ ଜଣେ ଯୁବକଙ୍କୁ ଦୌଡେ଼ଇ ଦୌଡେ଼ଇ ହାଣି ପକାଇଛନ୍ତି ଦୁର୍ବୃତ୍ତ । ସମ୍ବଲପୁର ଟାଉନ୍ ଥାନା ଅନ୍ତର୍ଗତ ହାଟପଡା ଅଞ୍ଚଳରେ ଏହି ବର୍ବର ହତ୍ୟାକାଣ୍ଡ ଘଟିଥିବା ବେଳେ ମୃତ ଯୁବକ ଜଣକ ଦାନପାଲି ଅଞ୍ଚଳର ବବୁଲ ନାୟକ (୪୪) ବୋଲି କୁହାଯାଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବା ଆଲୋଚନା ହେଉଛି । ପୁଲିସ ମୃତଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଥିବା ବେଳେ ହତ୍ୟାକାରୀକୁ ଧରିବା ଲାଗି ପୁଲିସ ପକ୍ଷରୁ ତନାଘନା ଉଦ୍ୟମ ଜାରି ରହିଛି ।

Leave A Reply

Your email address will not be published.