pakka

ପତ୍ନୀଙ୍କ ଇଚ୍ଛାକୁ ସମ୍ମାନ ଦେଇ ଡାକ୍ତର ସ୍ୱାମୀ ସମଗ୍ର ସମ୍ପତ୍ତି ଦାନ କଲେ

l2

ନୂଆଦିଲ୍ଲୀ : ବିବାହ ସମୟରେ ହୋମ କୁଣ୍ଡରେ ସାତ ଥର ପଇଁତରା ମାରିବା ବେଳେ ପ୍ରତ୍ୟେକ ଦମ୍ପତି ଜୀବନର ପ୍ରତ୍ୟେକ ନିଷ୍ପତ୍ତିରେ ପରସ୍ପରକୁ ସମର୍ଥନ କରିବା ପାଇଁ ଏକ ଶପଥ ନିଅନ୍ତି । ଅଥଚ ସେମାନଙ୍କ ମଧ୍ୟରୁ ଅଧିକାଂଶ ଏହି ଶପଥକୁ ଭୁଲିଯାଆନ୍ତି । କିନ୍ତୁ କିଛି ସ୍ୱାମୀ-ସ୍ତ୍ରୀ ଅଛନ୍ତି ଯେଉଁମାନେ ଏହାକୁ ପୂର୍ଣ୍ଣ ଭକ୍ତିରେ ପାଳନ କରନ୍ତି । ସେମାନେ ଜଣେ ଆର ଜଣଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଯେକୌଣସି ସ୍ତରକୁ ଯିବାକୁ ପ୍ରସ୍ତୁତ ହୁଅନ୍ତି । ଏଭଳି ଜଣେ ବ୍ୟକ୍ତିଙ୍କୁ ଆସନ୍ତୁ ଆଜି ଜାଣିବା । ଏହି ମହାନ ବ୍ୟକ୍ତିତ୍ୱ ହେଉଛି ହିମାଚଳ ପ୍ରଦେଶର ହମିରପୁର ଜିଲ୍ଲାର ନାଦାଉନ୍ ସବ୍-ଡିଭିଜନର ବାସିନ୍ଦା ଡକ୍ଟର ରାଜେନ୍ଦ୍ର କନୱାର । ରାଜେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗର ଅବସରପ୍ରାପ୍ତ ଜଣେ ଡାକ୍ତର । ୭୨ ବର୍ଷୀୟ ଡାକ୍ତର ରାଜେନ୍ଦ୍ରଙ୍କ ପତ୍ନୀ କୃଷ୍ଣା କନୱାର ଶିକ୍ଷା ବିଭାଗରେ କାର୍ଯ୍ୟ କରୁଥିଲେ । ଏକ ବର୍ଷ ପୂର୍ବେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ପୂର୍ବରୁ କୃଷ୍ଣା କନୱାର ଇଚ୍ଛା କରିଥିଲେ ଯେ, ତାଙ୍କ ଓ ତାଙ୍କ ସ୍ୱାମୀଙ୍କ ଉଭୟଙ୍କ ସମ୍ପତ୍ତି ସରକାରଙ୍କ ନାମରେ କରିଦେବେ । ପତ୍ନୀଙ୍କ ମୃତ୍ୟୁ ପରେ ତାଙ୍କର ଶେଷ ଇଚ୍ଛା ପୂରଣ କରିବା ପାଇଁ ଡାକ୍ତର ତାଙ୍କ ପତ୍ନୀଙ୍କୁ ଦେଇଥିବା ଶେଷ ପ୍ରତିଶ୍ରୁତି ପୂରଣ କରି ୫ କୋଟି ମୂଲ୍ୟର ସମ୍ପତ୍ତି ସରକାରଙ୍କୁ ଦାନ କରିଛନ୍ତି ।

pp
Leave A Reply

Your email address will not be published.

11 − nine =