pakka

ୱେଷ୍ଟ ଜୋନ୍‌ ତାଇକୋଣ୍ଡୋ ଚାମ୍ପିଆନସିପରେ ବଲାଙ୍ଗିରର ସଫଳତା

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ ୧୫ ଓ ୧୬ ତାରିଖ ଦୁଇ ଦିନ ଧରି ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁରଠାରେ ୱେଷ୍ଟ ଜୋନ ତାଇକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ କୋଚ ତଥା ବଲାଙ୍ଗିର ଜିଲ୍ଲା ତାଇକୋଣ୍ଡୋ ଏସୋସିଏସନର ସମ୍ପାଦକ ଅସିମ କୁମାର ଭୋଇଙ୍କ ନେତୃତ୍ୱରେ ଏକ ୧୩ ଜଣିଆ ଦଳ ଭାଗ ନେଇ ସଫଳତା ହାସଲ କରିଛନ୍ତି । ଏଥିରେ ଖୁସିରାମ ସେଠ୍‌ ପୁମସେଇରେ ସ୍ୱର୍ଣ୍ଣ ଓ କ୍ୟୁରୋଗୀ (ଫାଇଟ୍‌) ବିଭାଗରେ ରୋପ୍ୟ, ସୁଶ୍ରୀ ଦେଭାନ୍‌ସି ପୁମସେଇ ଓ କ୍ୟୁରୋଗୀରେ ସ୍ୱର୍ଣ୍ଣ, ଶ୍ରେୟାନ୍ସ ସିଂ ଭଞ୍ଜ ଫାଇଟିଂରେ ସ୍ୱର୍ଣ୍ଣ ଓ ପୁମସେଇରେ ରୋପ୍ୟ, ସମିକ୍ଷା ସମ୍ରୀଦ୍ଧି ଷଢ଼ଙ୍ଗୀ ପୁମସେଇ ଓ କ୍ୟୁରୋଗୀରେ ରୋପ୍ୟ, ତ୍ରୀଲୋକେଶ ଶତପଥି ପୁମସେଇ ଓ କ୍ୟୁରୋଗୀରେ ରୋପ୍ୟ, ଧରିତ୍ରୀ କୁମାର, କ୍ରିଷ୍ଣା ଅର୍ଜୁନ ବନଛୋର ଓ ମନୋଜ ବଙ୍ଗୁଲା ପୁମସେଇ ବିଭାଗରେ ବ୍ରୋଞ୍ଜ ପଦକ ପାଇଥିବା ବେଳେ ନରେନ୍ଦ୍ର ବରାଡ଼ ଟିମ୍‌ ମ୍ୟାନେଜର ଭାବେ ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଜିଲ୍ଲା ପରିଷଦ ଚ୍ୟାରମେନ ଉଷା କିରନ କୋଚ ତଥା ସମ୍ପାଦକ ଅସିମ ଭୋଇଙ୍କୁ ଟ୍ରଫି ସହ ସମ୍ମାନିତ କରିଥିଲେ । ଆଗାମୀ ଦିନରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ସମସ୍ତ ବିଜେତା ଅଂଶ ଗ୍ରହଣ କରିବେ ବୋଲି ଜିଲ୍ଲା ତାଇକୋଣ୍ଡୋ ସଂଘ ତରଫରୁ ସୂଚନା ଦିଆଯାଇଛି । ଏହି ପ୍ରତଯୋଗିତାରେ ପଶ୍ଚିମ ଓଡିଶାର ୨୦୦ ଶହରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିଲେ ।

Leave A Reply

Your email address will not be published.

16 − eight =