pakka

ନକ୍ସଲମାନେ ଝାଡଖଣ୍ଡରେ ରେଳ ଲାଇନ୍‌ ଉଡ଼ାଇଲେ, ଅନେକ ଟ୍ରେନ୍ ପ୍ରଭାବିତ

bbehera

ଝାଡ଼ଖଣ୍ଡ : ଝାଡ଼ଖଣ୍ଡରେ ନକ୍ସଲମାନେ ବିସ୍ଫୋରଣ ଦ୍ୱାରା ରେଲୱେ ଟ୍ରାକକୁ ନଷ୍ଟ କରିଦେଇଛନ୍ତି । ଏହି କାରଣରୁ ଅନେକ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି ଏବଂ କିଛି ଟ୍ରେନକୁ ବାତିଲ କରିବାକୁ ପଡିଛି ବୋଲି ସୂଚନା ମିଳିଛି । ଜାନୁଆରୀ ୨୭ରେ ନକ୍ସଲ ସଂଗଠନ ସିପିଆଇ-ମାଓବାଦୀଙ୍କ ଦ୍‌ଦ୍ୱାରା ଝାଡଖଣ୍ଡ-ବିହାର ବନ୍ଦ ଘୋଷଣା କରାଯାଇଛି । ନୂଆଦିଲ୍ଲୀରୁ ଗୟା-ଧାନବାଦ୍ ଦେଇ ହାୱାଡ଼ାକୁ ଯାଉଥିବା ରେଳ ବିଭାଗକୁ ନକ୍ସଲମାନେ ଟାର୍ଗେଟ କରିଥିବା ଆଲୋଚନା ହେଉଛି । ସୂଚନା ଅନୁସାରେ ରେଳ ବିଭାଗରେ ଝାଡଖଣ୍ଡର ଗିରିଡିହ ଜିଲ୍ଲାର ସାରିଆ ପୋଲିସ୍ ଷ୍ଟେସନ ଅଞ୍ଚଳର ଚିଚାକି ଏବଂ ଚୌଧରୀବନ୍ଧ ମଧ୍ୟରେ ମଝିରେ ଅପ୍‌ ଓ ଡାଉନ୍ ଟ୍ରାକରେ ବିସ୍ଫୋରଣ ଘଟିଛି । ବିସ୍ଫୋରଣ ହେତୁ ଟ୍ରାକଟି କ୍ଷତିଗ୍ରସ୍ତ ହୋଇଥିବାବେଳେ ଏହି ମାର୍ଗରେ ଟ୍ରେନର ଚଳାଚଳ ବ୍ୟାହତ ହୋଇଛି । କୁହାଯାଇଛି ଯେ, ରାତି ପ୍ରାୟ ୧୨:୧୫ ସମୟରେ ନକ୍ସଲମାନଙ୍କ ଏକ ଦଳ ଏହି ଅଞ୍ଚଳରେ ପହଞ୍ଚି ବିସ୍ଫୋରଣ କରିଥିଲେ । ସୂଚନା ପାଇବା ପରେ ଗିରିଡିହ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ ।

Leave A Reply

Your email address will not be published.

8 + four =