pakka

କ୍ଲିନ୍ ଆଣ୍ଡ ଗ୍ରୀନ୍ ପକ୍ଷରୁ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ କାର୍ଯ୍ୟର ପ୍ରତିବଦ୍ଧତା ସହ ସହରରେ ସ୍ୱଚ୍ଛତାକୁ ଗୁରୁତ୍ୱ ଦେଉଥିବା ସାମାଜିକ ଅନୁଷ୍ଠାନ କ୍ଲିନ୍ ଆଣ୍ଡ ଗ୍ରୀନ୍ ତରଫରୁ ୭୩ତମ ସାଧାରଣତନ୍ତ୍ର ଦିବସ ସିଭିଲଟାଉନସିପ ସ୍ଥିତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସାଧାରଣ ସଂପାଦକ ପ୍ରଦୀପ କୁମାର ଦାସଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଭାପତି ଡାକ୍ତର ଦେବେନ୍ଦ୍ର କୁମାର ସେଠୀ ଓ ବରିଷ୍ଠ ସଦସ୍ୟ ପ୍ରତାପ ଚନ୍ଦ୍ର ମିଶ୍ର ଜାତୀୟ ପତାକା ଉତ୍ତୋଳନ କରିବା ସହ ବକ୍ତବ୍ୟ ରଖିଥିଲେ । ସେହିପରି ଅନୁଷ୍ଠାନ ତରଫରୁ ଏସ୍‌ଟିଆଇ ଫ୍ଲାଇଓଭର ତଳେ ତିଆରି କରାଯାଇଥିବା ଉଦ୍ୟାନକୁ ସ୍ବଚ୍ଛ ରଖିବା ପାଇଁ ଲାୟନ୍ସ କ୍ଲବ ତରଫରୁ ଜନସାଧାରଣ ଓ ଦୋକାନୀ ଭାଇଙ୍କ ନିମନ୍ତେ ଡଷ୍ଟବିନ୍ ରଖାଯାଇଥିଲା । ଏହାକୁ ଲାୟନ୍ସ କ୍ଲବର ସଭାପତି ବି.ଏନ୍.ପଟ୍ଟନାୟକ ଓ ଡାକ୍ତର ଶ୍ରୀ ସେଠୀ ଉଦ୍‌ଘାଟନ ସହ ଲୋକାର୍ପିତ କରିଥିଲେ । କାର୍ଯ୍ୟକ୍ରମରେ ଅନୁଷ୍ଠାନର ବହୁ ସଦସ୍ୟ ଯୋଗଦେଇଥିଲେ ।

jay balangir
Leave A Reply

Your email address will not be published.

two × two =

error: Content is protected !!