ଜାଣନ୍ତୁ, କେନ୍ଦ୍ରୀୟ କର୍ମଚାରୀମାନେ କେବେ ଠୁ ପାଇବେ ମହଙ୍ଗା ଭତ୍ତା

ନୂଆଦିଲ୍ଲୀ : କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ବଡ ଖବର ରହିଛି । କରୋନା ବିପର୍ଯ୍ୟୟ ହେତୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି ଯେ ଚଳିତ ବର୍ଷ କର୍ମଚାରୀ ଏବଂ ପେନସନଭୋଗୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ହେବନାହିଁ । ଡିଏନ୍‌ଏରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ସରକାର ସୂଚାଇ ଦେଇଛନ୍ତି ଯେ ଆସନ୍ତା ବର୍ଷ ଜୁଲାଇରେ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିବାକୁ ଚିନ୍ତା କରିପାରନ୍ତି । ସରକାରଙ୍କ ଏହି ନିଷ୍ପତ୍ତି ପ୍ରାୟ ୫୦ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ୬୧ ଲକ୍ଷ ପେନସନଭୋଗୀଙ୍କୁ ପ୍ରଭାବିତ କରିବ । କରୋନା ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ସରକାର ଜୁଲାଇ ୨୦୨୧ ସୁଦ୍ଧା କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ବୃଦ୍ଧିକୁ ସ୍ଥଗିତ ରଖିଛନ୍ତି ।

ଅର୍ଥ ମନ୍ତ୍ରଣାଳୟ ଅଧୀନରେ ଖର୍ଚ୍ଚ ବିଭାଗ କହିଛି ଯେ ଜୁଲାଇ ୧, ୨୦୨୦ ଏବଂ ଜାନୁୟାରୀ ୧, ୨୦୨୧ରୁ ଡିଏ ଇନକ୍ରିମେଣ୍ଟ ଏବଂ ଅତିରିକ୍ତ କିସ୍ତି ପ୍ରଦାନ କରାଯିବ ନାହିଁ । ବାସ୍ତବରେ, କରୋନୋ ଭାଇରସ୍‌ ସଂକ୍ରମଣଜନିତ ଲକ୍‌ ଡାଉନ୍‌ ଯୋଗୁଁ ସରକାରଙ୍କ ଟିକସ ସଂଗ୍ରହ ଗୁରୁତର ଭାବେ ପ୍ରଭାବିତ ହୋଇଛି । ଯଦିଓ ଖର୍ଚ୍ଚ ବଢ଼ିିଛି, ଦେଶ କମ୍‌ ରୋଜଗାର କରିଛି ।

Leave A Reply

Your email address will not be published.