ଏଥର ବିହାରରେ ଦୁଇ ଉପମୁଖ୍ୟମନ୍ତ୍ରୀ : ତାରକିଶୋର ପ୍ରସାଦ ଓ ରେଣୁ ଦେବୀ

ପାଟନା : ବିହାର ଉପମୁଖ୍ୟମନ୍ତ୍ରୀ ପଦକୁ ନେଇ ଲାଗି ରହିଥିବା କଳ୍ପନା ଜଳ୍ପନାର ଅବସାନ ଘଟିଥିବା ବେଳେ ଏଥର ବିହାରରେ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ରହିବା ନେଇ ସ୍ପଷ୍ଟ ହୋଇଛି ରାଜନୀତି ଦୃଶ୍ୟପଟ । ବିଜେପି ବିଧାୟକ ଦଳ ନେତା ତାରକିଶୋର ପ୍ରସାଦ ଏବଂ ବିଜେପି ବିଧାୟକ ଦଳର ଉପନେତା ରେଣୁ ଦେବୀ ଉପମୁଖ୍ୟମନ୍ତ୍ରୀ ହେବେ ବୋଲି ତାରକିଶୋର ପ୍ରସାଦ ନିଜେ ସ୍ପଷ୍ଟ କରିଛନ୍ତି । ଏନେଇ ଉପରୋକ୍ତ ନିଷ୍ପତ୍ତି ଉପରେ ମୋହର ଲାଗି ସାରିଥିବା କୁହାଯାଇଛି । ଆଜି ଅପରାହ୍ଣରେ ଅନୁଷ୍ଠିତ ହେବାକୁ ଥିବା ଶପଥ ଗ୍ରହଣ ସମାରୋହରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବଂ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ସୂଚନାରେ କୁହାଯାଇଛି ।

Leave A Reply

Your email address will not be published.