pakka

ସ୍ୱାମୀଙ୍କୁ ହତ୍ୟା କରି ପ୍ରେମିକ ସହ ଶବ ନିକଟରେ ରୋମାନ୍ସ କରୁଥିଲେ ଦୁଇଟି ସନ୍ତାନର ମାଆ

bbehera

ରାଜଗଡ଼ : ମଧ୍ୟପ୍ରଦେଶର ରାଜଗଡ଼ରେ ଏକ ଅମାନବିକ ମାମଲା ସାମ୍ନାକୁ ଆସିଛି । ପ୍ରେମ ସମ୍ପର୍କ ହେତୁ ଜଣେ ମହିଳା ପ୍ରେମିକଙ୍କ ହାତରେ ହତ୍ୟା ନିଜ ସ୍ୱାମୀଙ୍କୁ ହତ୍ୟା କରାଇବା ପରେ ସ୍ୱାମୀଙ୍କ ମୃତ ଦେହ ନିକଟରେ ପ୍ରେମିକ ସହିତ ରୋମାନ୍ସ କରୁଥିବା ଭଳି ଖବର ମିଳିଛି ।

ରାଜଗଡର ଏସ୍‌ପି ପ୍ରଦୀପ ଶର୍ମା କହିଛନ୍ତି ଯେ, ପୋଲିସର ପ୍ରାରମ୍ଭିକ ଅନୁସନ୍ଧାନରେ ଅଭିଯୁକ୍ତ ମହିଳାଙ୍କଠାରୁ ଅସାମାଜିକଙ୍କ ଦ୍ୱାରା ତାଙ୍କ ସ୍ୱାମୀଙ୍କୁ ହତ୍ୟା କରାଯାଇଥିବା ଭଳି ଏକ ମନଗଢ଼ା କାହାଣୀ ଶୁଣିବାକୁ ମିଳିଥିଲା । ତା’ପରେ ତନାଘନା ତଦନ୍ତ ପରେ ମହିଳାଙ୍କଠାରୁ ସତ୍ୟ ଘଟଣା ବାହାରିଛି । ଏହା ସହିତ ମୋବାଇଲ୍ କଲ୍ ବିବରଣୀ ଆଧାରରେ ବାସ୍ତବତା ମଧ୍ୟ ସାମ୍ନାକୁ ଆସିଛି । ପୋଲିସର ସୂଚନାନୁସାରେ, ଜାନୁୟାରୀ ୨୧ ତାରିଖ ରାତିରେ ସୁଠାଲିଆ ପୋଲିସ ଷ୍ଟେସନ ଅଞ୍ଚଳର ବେରିଆଖେଡି ଗ୍ରାମରେ ୩୦ ବର୍ଷିୟ ରାମଦିନେଶ ମୀନାଙ୍କୁ ହତ୍ୟା କରାଯାଇଥିଲା । ଘଟଣା ସମୟରେ ଦୀନେଶଙ୍କ ପତ୍ନୀ ଜ୍ୟୋତି ଘରେ ଉପସ୍ଥିତ ଥିଲେ ।

ଜ୍ୟୋତି ପୋଲିସ ପଚରାଉଚରା ବେଳେ କହିଥିଲେ ଯେ, ସ୍ୱାମୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା, ଯେତେବେଳେ ସେ ପାଖରେ ଶୋଇଥିଲେ । ସେ ଶୋଇ ପଡ଼ିଥିଲେ । ପତ୍ନୀଙ୍କ କଥା ଶୁଣିବା ପରେ ପୋଲିସର ସନ୍ଦେହ ଆହୁରି ଗଭୀର ହୋଇଥିଲା । ଯାଂଚ ବେଳେ ପୋଲିସ ଘର ଭିତରୁ ଏକ ଭଙ୍ଗା ମୋବାଇଲ୍ ଫୋନ୍ ପାଇଥିଲା । ମରାମତି ପାଇଁ ପୋଲିସ ମୋବାଇଲକୁ ପଠାଇଥିଲା । ଯେତେବେଳେ ପୋଲିସ ଏହି ମୋବାଇଲକୁ ଯାଂଚ କଲା, ସେତେବେଳେ ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲା । ଜ୍ୟୋତିଙ୍କ ରହସ୍ୟ ଏହି ମୋବାଇଲରୁ ବାହାରକୁ ଆସିଥିବା କୁହାଯାଇଛି ।

ପୋଲିସର ପଚରାଉଚରା ବେଳେ ୨୫ ବର୍ଷୀୟ ଜ୍ୟୋତି କହିଛନ୍ତି ଯେ, ତାଙ୍କର ଏକ ଦୋକାନ ଅଛି । ସ୍ୱାମୀ ଦିନେଶଙ୍କ ସହ ସେ ଦୋକାନରେ ମଧ୍ୟ ବସୁଥଲେ । ଗାଁର ଚେନ୍ ସିଂ ଲୋଧା ପ୍ରାୟ ସମୟରେ ତାଙ୍କ ଦୋକାନକୁ ଆସୁଥିଲା । ଏଥିରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା । ଚେନ୍ ସିଂ ଜ୍ୟୋତିଙ୍କୁ ଏକ ମୋବାଇଲ୍ ଉପହାର ଦେଇଥିଲା । ଜ୍ୟୋତି ରାତିସାରା ଚେନ୍ ସିଂଙ୍କ ସହ କଥା ହେଉଥିଲେ । ଯେତେବେଳେ ଜ୍ୟୋତିଙ୍କ ସ୍ୱାମୀ ଦିନେଶ ଏହା ଜାଣିଲେ, ସେ ମୋବାଇଲ ଭାଙ୍ଗି ଦେଇଥିଲେ । ଏହି ଘଟଣା ବିଷୟରେ ଜାଣିବା ପରେ ଦିନେଶ ଏବଂ ଜ୍ୟୋତିଙ୍କ ମଧ୍ୟରେ ପ୍ରବଳ ଝଗଡା ହୋଇଥିଲା । ଶେଷରେ ଜ୍ୟୋତି ତାଙ୍କ ପ୍ରେମିକ ଚେନ୍ ସିଂଙ୍କ ସହ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ ।

Leave A Reply

Your email address will not be published.

16 − two =