pakka

ସିଆର୍‌ପିଏଫ୍‌ ୧୮୯ ବାଟାଲିୟନ ତରଫରୁ ସାଧାରଣତନ୍ତ୍ର ଦିବସ ପାଳିତ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ସିଆର୍‌ପିଏଫ୍‌ ୧୮୯ ବାଟାଲିୟନ ତରଫରୁ ଶାନ୍ତିପଡା ସ୍ଥିତ ମୁଖ୍ୟାଳୟରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପି.କେ. ତିୱାରୀଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ସମସ୍ତ ଅଧିକାରୀ, ଅଧନସ୍ଥ ଅଧିକାରୀ ଓ ଜବାନମାନେ ଉପସ୍ଥିତ ଥିଲେ । ସୌର୍ଯ୍ୟ ଚକ୍ର, ରାଷ୍ଟ୍ରପତି ପୁଲିସ ପଦକ ଓ ବରିଷ୍ଟ ସେବା ପଦକ ଆଦିର ବିଜେତା ମାନଙ୍କ ନାମ ଘୋଷଣା କରାଯାଇଥିଲା । ତତ୍‌ ସହିତ କୋଭିଡ ନିୟମାନୁସାରେ ପାରମ୍ପାରିକ ରୀତିରେ ଏକ ଭୋଜିର ଆୟୋଜନ କରାଯାଇଥିଲା । ସଂନ୍ଧ୍ୟାରେ ସାଂସ୍କୃତିକ କାର୍ୟ୍ୟକ୍ରମର ଆୟୋଜନ କରାଯାଇଥିଲା ।

Leave A Reply

Your email address will not be published.

11 + three =