ଲଇଗାଁ ଛକ ନିକଟରେ ଅଜଣା ଗାଡି ଧକ୍କାରେ ଦୁଇ ସଙ୍ଗାତଙ୍କ ଶୋଚନୀୟ ମୃତ୍ୟୁ

csstore

ହରଭଙ୍ଗା, (ବଂଶୀଧର ମାଝୀ) : ଅଜଣା ଗାଡି ଧକ୍କାରେ ସାଥୀହୋଇ ଘରକୁ ଫେରୁଥିବା ଦୁଇ ସଙ୍ଗାତଙ୍କ ମୃତ୍ୟୁ ହୋଇଛି । ଏ ଖବର ଜଣାପଡିବା ପରେ ହରଭଙ୍ଗା ବ୍ଲକରେ ଶୋକର ଛାୟା ଖେଳି ଯାଇଛି । ମୃତକମାନେ ମୁଶାଡ଼ ଗ୍ରାମର ଝାଣ୍ଟୁ ଚରଣ ବେହେରା ଓ ବ୍ରାହ୍ମଣଗାଁର ଝାଣ୍ଟୁ ଭୋକ୍ତା ବୋଲି ଜଣାପଡିଛି । ପ୍ରାପ୍ତ ସୂଚନା ଅନୁଯାୟୀ ବୌଦ୍ଧ ଥାନା ଅନ୍ତର୍ଗତ ଲଇଗାଁ ଛକ ଦେଇ ଯାଇଥିବା ୫୭ ନମ୍ବର ଜାତୀୟ ରାଜପଥରେ ଗତକାଲି ବିଳମ୍ବିତ ରାତିରେ ଦୁଇ ସଙ୍ଗାତ ବୌଦ୍ଧ ପଟୁ ନିଜ ଘରକୁ ଫେରୁଥିବା ବେଳେ ଏକ ଅଜଣା ଗାଡି ଧକ୍କାରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଏ ଖବର ପାଇବା ପରେ ବୌଦ୍ଧ ପୋଲିସ ଆମ୍ବୁଲାନ୍ସ ଯୋଗେ ଉଭୟଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ତେବେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଆଜି ଶବ ବ୍ୟବଚ୍ଛେଦ ପରେ ଉଭୟଙ୍କ ପରିବାରକୁ ଶବ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି । ଅନ୍ୟପଟେ ପୋଲିସ ଦୁର୍ଘଟଣା ଘଟାଇ ଫେରାର ମାରିଥିବା ଗାଡିକୁ ଧରିବାକୁ ପ୍ରୟାସ କରୁଛି ।

Leave A Reply

Your email address will not be published.