ବିଶ୍ୱଶାନ୍ତି ବିଷ୍ଣୁ ମହାଯଜ୍ଞ ଶୁଭସ୍ତମ୍ଭ ଶୋଭାଯାତ୍ରାର ଚତୁର୍ଥ ଦିନ

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ବୌଦ୍ଧଜିଲ୍ଲା ମାଳିକା ବର୍ଣ୍ଣିତ ପୀଠ ସିଦ୍ଧ ତପୋ ସେବାବନ ସିଦ୍ଧ ଗୁରୁ ମଠ, ଡମ୍ବରୁଗଡ଼ ଠାରେ ଆସନ୍ତା କାର୍ତ୍ତିକ ମାସରେ ଏକ ବିରାଟ ବିଶ୍ୱଶାନ୍ତି ବିଷ୍ଣୁ ମହାଯଜ୍ଞ ଅନୁଷ୍ଠିତ ହେବ । ଏହି ଯଜ୍ଞ ସାକାର ସହିତ ପ୍ରଚାର ପ୍ରସାର ନିମନ୍ତେ ଶ୍ରୀ ଜଗନ୍ନାଥ ଓ ପଞ୍ଚସଖା ଅଚ୍ୟୁତାନନ୍ଦ ପୀଠ ନେମାଳ ଗାଦିରୁ ଆଜ୍ଞାମାଳ ନେଇ ଶୁଭାରମ୍ଭ ପରେ ଦ୍ୱିତୀୟ ଦିନରେ ଶ୍ରୀ ଜଗନ୍ନାଥ ଦର୍ଶନ ସହିତ ନାମ, ସଂକୀର୍ତ୍ତନ ଓ ପୂଜାର୍ଚ୍ଚନା ପୁର୍ବକ ପୁରୀ ଶ୍ରୀଜଗନ୍ନାଥଙ୍କ ବଡ଼ ପଣ୍ଡା ଶ୍ରୀରାମ ଦାସ ବଡ଼ପଣ୍ଡା ସାମନ୍ତଙ୍କ ଠାରୁ ଆଜ୍ଞାମାଳ ନେଇ ଗତକାଲି ନୟାଗଡ଼ ଠାରେ ପହଁଚି ଥିଲେ ତୃତୀୟ ଦିନରେ ନୟାଗଡ଼ ଠାରୁ ବାହାରି ଦଶପଲ୍ଲା ଦେଇ ବାଣିଗୋଚ୍ଛା, ମାଧପୁର, ଆଡ଼େଣୀଗଡ଼, ଚାରିଛକ, ପୁରୁଣା କଟକ, ବିରନରସିଂହପୁର, ମଥୁରା, ଚମ୍ପାପୁର, ବୃନ୍ଦାବନ, ରାଧାନଗର, ବାମଣ୍ଡା ଦେଇ ପାତାଳି ଶ୍ରୀକ୍ଷେତ୍ର ନାଏକ ପଡା ଗୁମ୍ଫାରେ ପଂହଁଚି ଥିଲା ଓ ରାତ୍ରୀରେ ଜଗନ୍ନାଥ ସଂସ୍କୃତି ଓ ପଞ୍ଚଶଖାଙ୍କ ମାଳିକା ଉପରେ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଚତୁର୍ଥ ଦିନରେ ନାଏକପଡା ଠାରୁ ସରସରା, ବୁଟୁପାଳି, ବୌଦ୍ଧ ସହର ପରିକ୍ରମା କରି ବଲାସିଙ୍ଗା, ମର୍ଜାଦାପୁର, ମଧୁପୁର, ଖୁଣ୍ଟବନ୍ଧ, ଜହ୍ନାପଙ୍କ, ତେଲିବନ୍ଧ ପରେ ସାହାଜପାଳ ଜଗନ୍ନାଥ ମନ୍ଦିର ଠାରେ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆସନ୍ତା ୧୧ ତାରିଖରେ ନାମ, ସଂକୀର୍ତ୍ତନ୍ୟ ସହ ମହାସମାରୋହରେ ଡମ୍ବରୁଗଡ଼ ମଠରେ ପଂହଚିବ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ମାର୍ଗଦର୍ଶକ ତଥା ସିଦ୍ଧ ଗୁରୁ ମଠର ମହନ୍ତ ସର୍ବେଶ୍ୱର ଦାସ, ଯଜ୍ଞର ଉଦ୍ୟକ୍ତା ତଥା ରାଧାମାଧବ ସେବାଶ୍ରମର ମୁଖ୍ୟ ଶ୍ରୀମାନ ବ୍ରହ୍ମଚାରି ଆଦିତ୍ୟ ଦାସ, ଯଜ୍ଞ କମିଟି ସଭାପତି ଗୌରୀ ପ୍ରସାଦ ସାହୁ, ଉପସଭାପତି ବାବା ଖଗେଶ୍ୱର ବାନପ୍ରସ୍ତି, ସମ୍ପାଦକ -କୃତ୍ତିବାସ ପଲିଆ, ସହ -ସମ୍ପାଦକ ଆକାଶ ଜେନା, ସ୍ମରଣିକା କମିଟି ସମ୍ପାଦକ ଦେବାଶିଷ ପୁରୋହିତ, ଅର୍ଥ କମିଟି ସଦସ୍ୟ ମୟସେନ ରଣା, ଶିବ କର୍ମୀ, କାର୍ଯ୍ୟକାରୀ ସଦସ୍ୟ ପ୍ରଦୀପ କୁମାର ବେହେରା, କୃଷ୍ଣ ମୋହନ ସାହୁ, ଶଶାଙ୍କ ପ୍ରଧାନ, ସୁରେଶ ବସ୍ତିଆ, ବେଣୁଧର ରଣା, ଶରତ ପ୍ରଧାନ, ମହେଶ ପ୍ରସାଦ ଅଗ୍ରୱାଲ, ତୃପ୍ତି ରଞ୍ଜନ ଦାନୀ, ସୂର୍ଯ୍ୟନ୍ଦୁ ଶତପଥି, ମିନୁ ପ୍ରସାଦ ମିଶ୍ର, ଧୃତ୍ତରାଷ୍ଟ୍ର ମହାକୁଡ଼, ଅଙ୍ଗିରା ପ୍ରଧାନ, ଶୁମନ୍ତ ବାରିକ, ଅଙ୍ଗିରା ପ୍ରଧାନ, ଆଲୋକ ପ୍ରଧାନ, ପ୍ରଫୁଲ୍ଲ ତରିଆ, ରବିନ୍ଦ୍ର ବେହେରା ଗୌର ବଗର୍ତ୍ତୀ, ଶାନ୍ତାନୁ ରଣା ସମେତ ପ୍ରାୟ ୪୦ ଜଣରୁ ଅଧିକ ସକ୍ରିୟ ସଦସ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ପାତାଳି ଶ୍ରୀକ୍ଷେତ୍ର ରୁଷ୍ୟ ଶୃଙ୍ଗ ଆଶ୍ରମ ମୁଖ୍ୟ ସାଧୁ ଗୋପାଳ ନନ୍ଦ ଦାସ ଓ ଆଶ୍ରମ ପରିଚାଳନା କମିଟି, ମା’ ମହାନଦୀ ଆରତୀ ଘାଟ କମିଟି, ନୂଆସାହି ତ୍ରିନାଥ ମଣ୍ଡପ କମିଟି, ବୁଟୁପାଳି ସଂକୀର୍ତ୍ତନ୍ୟ କମିଟି ସଦସ୍ୟ ସହଯୋଗ କରିଥିଲେ ।

Leave A Reply

Your email address will not be published.