ଜ୍ୱରରେ ପୀଡିତ ମହାପ୍ରଭୁଙ୍କ ଚାଲିଛି ଗୋପନ ଉପଚାର

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଜ୍ୱରରେ ଅସୁସ୍ଥ ମହାପ୍ରଭୁଙ୍କ ରୋଗ ଉପଚାର ବୈଦ୍ୟଙ୍କ ମାର୍ଗଦର୍ଶନରେ ଆରମ୍ଭ ହୋଇଛି । ଶନିବାର ବିଳମ୍ବିତ ରାତିରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଫିଟିବା ପରେ ଉପଚାର ବିଧିକୁ ଦଇତାପତି ସେବକ ଆରମ୍ଭ କରିଛନ୍ତି । ସ୍ନାନବେଦୀରେ ୧୦୮ ଗରା ଜଳ ସ୍ନାନପରେ ମହାପ୍ରଭୁ ଅସୁସ୍ଥ ହୋଇ ପଡ଼ିଥିଲେ । ଶ୍ରୀମନ୍ଦିର ବୈଦ୍ୟଙ୍କ ପରାମର୍ଶ କ୍ରମେ ଫୁଲୁରୀ ତେଲ ମର୍ଦ୍ଦନ ଦ୍ୱାରା ମହାପ୍ରଭୁଙ୍କ ଜ୍ୱରଜନିତ ଶରୀର ପୀଡ଼ା ଉପଶମ ହେବାର ଲୋକ ବିଶ୍ୱାସ ରହିଛି । ଆଜି ଠାରୁ ଠାକୁରଙ୍କୁ ଓଷ ଲାଗି ହେବ ।

Leave A Reply

Your email address will not be published.