ନରସିଂହପୁର ଗୁଳିବିଦ୍ଧ ଦନ୍ତାହାତୀର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟଣାରେ ୩ ଗିରଫ

ଆଠଗଡ : ନରସିଂହପୁର ଗୁଳିବିଦ୍ଧ ଦନ୍ତାହାତୀର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟଣାରେ ୩ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି । ଗିରଫ ହୋଇଥିବା ଶିକାରୀମାନେ ସୂର୍ଯ୍ୟମଣି ନାୟକ (୪୨), ଗଙ୍ଗାଧର ନାୟକ (୬୨) ଏବଂ ଦିବାକର ସାହୁ ବୋଲି ଜଣାପଡିଛି । ଗିରଫ ଅଭିଯୁକ୍ତଙ୍କ ଘର ନରସିଂହପୁର ଥାନା ଅଂଚଳରେ ବୋଲି ସୂଚନା ମିଳିଛି । ଦନ୍ତାହାତୀକୁ ଦାନ୍ତ ଉଦ୍ଦେଶ୍ୟରେ ଗୁଳି କରି ନ ଥିଲେ ବରଂ ହାତୀ କାଜୁ ବଗିଚା ନଷ୍ଟ କରିଥିବାରୁ ଏମିତି ଗୁଳି କରିଥିବା ଶିକାରୀ ସ୍ପଷ୍ଟ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଥିବା ବନ ବିଭାଗ ସ୍ପଷ୍ଟ କରିଛି । ଏ ନେଇ ଆଠଗଡ଼ ଡିଏଫ୍‌ଓ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

twelve + 14 =

error: Content is protected !!