Browsing Tag

aathagada news

ପଲିଥିନ ନିଷିଦ୍ଧ ପରେ ଚଢାଉ କଲା ଏନଏସି

ଆଠଗଡ : ପଲିଥିନ ନିଷିଦ୍ଧ ପରେ ଏନଏସି ଚଢାଉ କରିଥିବା ଜଣାପଡିଛି । ପରିବେଶ ପାଇଁ ବହୁଳ ଭାବେ ବିପଦ ସାଜି ଥିବା ଏକକ ବ୍ୟବହାର ଯୋଗ୍ୟ ପଲିଥିନକୁ କେନ୍ଦ୍ର ସରକାର ନିଷିଦ୍ଧ କରିଥିବା ବେଳେ ବ୍ୟବସାୟୀମାନେ କିନ୍ତୁ କଟକଣାକୁ ଅମାନ୍ୟ କରି ପଲିଥିନର ବ୍ୟାପକ ବ୍ୟବହାର କରୁଥିବାରୁ ଆଠଗଡ ଏନଏସି
Read More...

ପୂର୍ବ ଶତୃତାକୁ କେନ୍ଦ୍ରକରି ମହିଳାଙ୍କ ଉପରେ ଏସିଡ୍ ମାଡ କଲେ ଦୁବୃର୍ତ୍ତ

ଆଠଗଡ଼ : କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ଜେମାଦେଇପୁର ସାନପାଟଣାରେ ମହିଳାଙ୍କୁ ଏସିଡ ମାଡ କରି ଦୁଇ ଦୁର୍ବୃତ୍ତ ଫେରାର୍ ହୋଇଯାଇଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ମହିଳାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସୂଚନାନୁଯାୟୀ, ଗୋଟିଏ ବାଇକ୍‌ରେ ଦୁଇ ଜଣ
Read More...

ଖୁଣ୍ଟକଟା ଗୁଳିକାଣ୍ଡ ଘଟଣାରେ ଜଣେ ଗିରଫ

ଆଠଗଡ : ଆଠଗଡ ଥାନା ଅନ୍ତର୍ଗତ ଖୁଣ୍ଟକଟା ଗ୍ରାମରେ ପୂର୍ବ ଶତ୍ରୁତା ଓ ସାମାନ୍ୟ ବଚସାରୁ ଘଟିଥିବା ଫାଙ୍କା ଗୁଳିଚାଳନା ଘଟଣାରେ ସଂପୃକ୍ତ ଜଣେ ଗିରଫ ହୋଇଥିବାବେଳେ ସେମାନେ ବ୍ୟବହାର କରିଥିବା ୨ଟି ବାଇକ୍‍, ୧ଟି ପିସ୍ତଲ, ଗୋଟିଏ ଜୀବନ୍ତ ଗୁଳି, ଗୋଟିଏ ଖୋଖା ଓ ଗୋଟିଏ ଛୁରା ଜବତ ହୋଇଛି ।
Read More...

ନରସିଂହପୁର ଗୁଳିବିଦ୍ଧ ଦନ୍ତାହାତୀର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟଣାରେ ୩ ଗିରଫ

ଆଠଗଡ : ନରସିଂହପୁର ଗୁଳିବିଦ୍ଧ ଦନ୍ତାହାତୀର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟଣାରେ ୩ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି । ଗିରଫ ହୋଇଥିବା ଶିକାରୀମାନେ ସୂର୍ଯ୍ୟମଣି ନାୟକ (୪୨), ଗଙ୍ଗାଧର ନାୟକ (୬୨) ଏବଂ ଦିବାକର ସାହୁ ବୋଲି ଜଣାପଡିଛି । ଗିରଫ ଅଭିଯୁକ୍ତଙ୍କ ଘର ନରସିଂହପୁର ଥାନା
Read More...

ରାସ୍ତାରେ ଆମ୍ବୁଲାନ୍ସ ରଖି ଆତ୍ମହତ୍ୟା କଲେ ଆମ୍ବୁଲାନ୍ସ ଡ୍ରାଇଭର

ଆଠଗଡ : କାନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଆମ୍ବୁଲାନ୍ସର ଡ୍ରାଇଭର କାବୁଲି ସେନାପତି କଟକ ଜିଲ୍ଲା କାନପୁର ଥାନା ଅନ୍ତର୍ଗତ ଏକ ରାସ୍ତା କଡ଼ରେ ଆମ୍ବୁଲାନ୍ସ ରଖି ଦେଇ ତେନ୍ତୁଳି ଗଛରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଖବର ପାଇ କାନପୁର ଥାନା ପୋଲିସ ପହଞ୍ଚି ମୃତଦେହ ଜବତ
Read More...

ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କଠାରୁ ୫ ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗ

ଆଠଗଡ଼ : କଟକ ଜିଲ୍ଲା ଆଠଗଡ଼ ଥାନା ଅନ୍ତର୍ଗତ ଜେନାପଦା ଶାଳବଣୀ ଜଙ୍ଗଲ ତାରିଣୀ ମନ୍ଦିର ରାସ୍ତାରୁ ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କଠାରୁ ୫ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନାନୁଯାୟୀ, ଜଣେ ବ୍ୟବସାୟୀ କଟକ ମାଲ୍ ଗୋଦାମକୁ ଯାଉଥିଲେ । ଏହି ସମୟରେ ୫ଟି ବାଇକ୍ ଯୋଗେ
Read More...

ସୁସ୍ଥ ହେଉଛି ଗୁଳିବଦ୍ଧ ଦନ୍ତାହାତୀ

ଆଠଗଡ : ନରସିଂହପୁର ପଶ୍ଚିମ ବନଖଣ୍ଡ ଅନ୍ତର୍ଗତ ଜୟପୁର ସଂରକ୍ଷିତ ଜଙ୍ଗଲରେ ଅସୁସ୍ଥ ହୋଇ ପଡ଼ିଥିବା ଗୁଳିବଦ୍ଧ ଦନ୍ତାହାତୀ ଧୀରେଧୀରେ ସୁସ୍ଥ ହେଉଥିବା ଖବର ମିଳିଛି । ଗତ ଦୁଇ ଦିନ ହେଲା ହାତୀର ସ୍ୱାସ୍ଥ୍ୟବସ୍ଥାରେ ଅନେକ ଉନ୍ନତି ଆସିଥିବା ଡାକ୍ତରୀ ବିଶେଷଜ୍ଞ ଟିମ୍ ସୂଚନା ଦେଇଛନ୍ତି ।
Read More...

ଚନ୍ଦ୍ରଗିରି ଜଙ୍ଗଲରୁ ଦନ୍ତାହାତୀ କଙ୍କାଳ ଉଦ୍ଧାର ଘଟଣାରେ ଗାର୍ଡ ଓ ଫରେଷ୍ଟର ନିଲମ୍ଵିତ

ଆଠଗଡ଼ : ଆଠଗଡ଼ ବଡ଼ମ୍ବା ବନାଞ୍ଚଳ ଚନ୍ଦ୍ରଗିରି ଜଙ୍ଗଲରୁ ଦନ୍ତାହାତୀ କଙ୍କାଳ ମିଳିବା ଘଟଣାର ଖବର ପ୍ରସାରଣ ପରେ ନିଲମ୍ୱିତ ହେଲେ ଗାର୍ଡ ଓ ଫରେଷ୍ଟର । ଗୋପପୁର ସେକ୍ସନର ଫରେଷ୍ଟର ପ୍ରଦୀପ ପରିଡା ଓ ବିଟ ଗାର୍ଡ ତନ୍ମୟ ବେହେରାଙ୍କୁ ଆଠଗଡ଼ ଡିଏଫ୍ଓ ସୁଦର୍ଶନ ଗୋପୀନାଥ ଯାଦବ ନିଲମ୍ୱିତ
Read More...

ଚନ୍ଦ୍ରଗିରି ସଂରକ୍ଷିତ ଜଙ୍ଗଲରୁ ହାତୀର ମୃତଦେହ ଉଦ୍ଧାର

ଆଠଗଡ଼ : ବଡ଼ମ୍ବା ଚନ୍ଦ୍ରଗିରି ସଂରକ୍ଷିତ ଜଙ୍ଗଲରୁହାତୀର ମୃତଦେହକୁ ଉଦ୍ଧାର କରିଛି ଏସ୍‌ଟିଏଫ୍ । ଗତକାଲି ମଧ୍ୟ ଏକ ହାତୀର ମୃତଦେହ ଉଦ୍ଧାର କରିଥିଲା ଏସ୍‌ଟିଏଫ୍ । ୨ଟି ହାତୀକୁ ଶିକାରୀ ମାରିଥିବା ସନ୍ଦେହ କରାଯାଉଛି ।
Read More...

ଲଘୁ ଖଣିଜ ଚାଲାଣ ବେଳେ ୧୬ଟି ହାଇୱା ଜବତ

ଆଠଗଡ଼ : କଟକ ଜିଲ୍ଲା ଆଠଗଡ଼ ମଧ୍ୟ ଦେଇ ପ୍ରତିଦିନ ଅବାଧରେ ବାଲି, ପଥର ଏବଂ ମୋରମ ଚାଲାଣ ହେଉଥିବା ଖବର ପାଇବା ପରେ ରାଜ୍ୟ ସରକାରଙ୍କ ଦ୍ଵାରା ସ୍ଵତନ୍ତ୍ର ଭାବେ ନିୟୋଜିତ ସାଧାରଣ ପ୍ରତିରକ୍ଷା ବାହିନୀ ଏବଂ ଆଠଗଡ଼ ତହସିଲର ମିଳିତ ଚଢାଉରେ ୧୬ଟି ବାଲି, ମେଟାଲ୍, ବୋଲ୍ଟର ବୋଝେଇ ହାଇୱା ଜବତ
Read More...