pakka

ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କଠାରୁ ୫ ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗ

ଆଠଗଡ଼ : କଟକ ଜିଲ୍ଲା ଆଠଗଡ଼ ଥାନା ଅନ୍ତର୍ଗତ ଜେନାପଦା ଶାଳବଣୀ ଜଙ୍ଗଲ ତାରିଣୀ ମନ୍ଦିର ରାସ୍ତାରୁ ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କଠାରୁ ୫ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନାନୁଯାୟୀ, ଜଣେ ବ୍ୟବସାୟୀ କଟକ ମାଲ୍ ଗୋଦାମକୁ ଯାଉଥିଲେ । ଏହି ସମୟରେ ୫ଟି ବାଇକ୍ ଯୋଗେ ୭ ଜଣ ଦୁର୍ବୃତ୍ତ ଆସି ଜେନାପଦା ଶାଳବଣୀ ଜଙ୍ଗଲ ତାରିଣୀ ମନ୍ଦିର ରାସ୍ତାରେ ବ୍ୟବସାୟୀଙ୍କୁ ଆକ୍ରମଣ କରିଥିଲେ । ଦୁର୍ବୃତ୍ତମାନେ ବ୍ୟବସାୟୀଙ୍କ ଠାରୁ ୫ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ବ୍ୟବସାୟୀ ଜଣଙ୍କ ଏନେଇ ଥାନାରେ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ଆଠଗଡ଼ ପୋଲିସ ଓ ତିଗିରିଆ ପୋଲିସ ଛାନ୍‌ଭିନ୍ ଆରମ୍ଭ କରିଛି ।

Leave A Reply

Your email address will not be published.

three × 3 =