pakka

ସ୍ନାନଯାତ୍ରା ପାଇଁ ପଞ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା ନିମନ୍ତେ ବିଭିନ୍ନ ସ୍ଥାନରେ ଲାଗିବ ୪୦ରୁ ଅଧିକ ସିସିଟିଭି

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ସ୍ନାନଯାତ୍ରା ପାଇଁ ପଞ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା ନିମନ୍ତେ ବିଭିନ୍ନ ସ୍ଥାନରେ ଲାଗିବ ୪୦ରୁ ଅଧିକ ସିସିଟିଭି । ମୁତୟନ ହେବେ ୫୨ ପ୍ଲାଟୁନ ପୋଲିସ ଫୋର୍ସ । ଏହା ସହ ୩ କମାଣ୍ଡାଣ୍ଟ, ୧୧ ଅତିରିକ୍ତ ଏସ୍‌ପି, ୨୧ ଡିଏସ୍‌ପି, ୫୦ ଇନ୍ସପେକ୍ଟର, ୨୭୦ ସବ୍‌ଇନ୍ସପେକ୍ଟର ଓ ୧ ହଜାର କନେଷ୍ଟବଳ ମୁତୟନ ହେବେ । ଶ୍ରୀମନ୍ଦିର ସହ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ୪୦ରୁ ଅଧିକ ସିସିଟିଭି ଲାଗିବ । ସେହିପରି ପହଣ୍ଡି ସମୟରେ ପାରିମାଣିକ ଟିକେଟଧାରୀଙ୍କ ପାଇଁ ବ୍ୟବସ୍ଥା କରାଯାଇଛି । ମନ୍ଦିର ବାହାରେ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ଜିକ୍‌ଜାକ୍ ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି । ପୋଲିସ ସମୀକ୍ଷା ବୈଠକ ସରିବା ପରେ ଏଡିଜି ଆର.କେ ଶର୍ମା ଏନେଇ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

2 × 5 =