pakka

ଜମି ବିବାଦକୁ କେନ୍ଦ୍ରକରି ଆକ୍ରମଣ ଅଭିଯୋଗ

କୋଣାର୍କ : ଜମି ବିବାଦକୁ କେନ୍ଦ୍ରକରି ପୁରୀ ଜିଲ୍ଲା କାକଟପୁର ଥାନା ଅନ୍ତର୍ଗତ ବାଙ୍ଗୁରିଗାଁ ପଞ୍ଚାୟତର ଶ୍ରୀଚନ୍ଦନପୁର ଗାଁର ମୁନା ପାତ୍ର, ଟୁନା ପାତ୍ର, ଶୁକା ପାତ୍ର ଓ କୁନା ପାତ୍ର ପେଟ୍ରୋଲ ଢାଳି ଶଙ୍କିଆପଦା ଗାଁର ଭ୍ରମର କାଣ୍ଡିଙ୍କ ଦୁଇ ବଖରା ଘର ଜାଳିଦେବା ସହ ତାଙ୍କର ଦୁଇ ବୋହୂଙ୍କୁ ଆକ୍ରମଣ କରିଛନ୍ତି । ଏନେଇ ୨ ପୀଡ଼ିତା କାକଟପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ କାକଟପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଭ୍ରମରଙ୍କ ଘର ଜଳୁଥିବା ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲା । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳାରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ପୋଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତେବେ ପୋଲିସ ଏପର୍ଯ୍ୟନ୍ତ କାହାକୁ ଗିରଫ କରି ନଥିବା ବେଳେ ୨ ପୀଡ଼ିତା ମହିଳା କାକଟପୁର ମେଡିକାଲରେ ଚିକିତ୍ସିତ ହେଉଛନ୍ତି ବୋଲି ଜଣାପଡିଛି ।

Leave A Reply

Your email address will not be published.

14 + 19 =