pakka

ଚୋରା ବ୍ୟାଟେରୀ ଜବତ : ୨ ଭାଇ ସମେତ ୪ ଗିରଫ

l2

ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲାର ବିଭିନ୍ନ ଥାନା ଅଂଚଳରେ ଥିବା ବିଭିନ୍ନ ନେଟ୍‌ୱର୍କ କମ୍ପାନୀର ଟାୱାରରୁ ବ୍ୟାଟେରୀ ଚୋରି ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି । ଏଥିସହ ପ୍ରାୟ ଚାଳିଶି ଲକ୍ଷ ଟଙ୍କାର ଚୋରା ବ୍ୟାଟେରୀ ପୋଲିସ ଜବତ କରିଛି । ଗଞ୍ଜାମ ଜିଲ୍ଲାର ଆସିକା ସୋରଡା ଶେରଗଡ ଥାନା ସମେତ ସମସ୍ତ ପ୍ରାୟ ଥାନା ଅଂଚଳରେ ଗଲା କିଛିଦିନ ହେବ ମୋବାଇଲ ଟାୱାରରୁ ବ୍ୟାଟେରୀ ଚୋରି ହେଉଥିବାର ଅଭିଯୋଗ ହୋଇଥିଲା । କିଏ ଏହି ବ୍ୟାଟେରୀ ଚୋରି କରୁଛି ଏହାର ତଦନ୍ତ ପାଇଁ ପୋଲିସ ପ୍ରଶାସନ ଏକ ଟିମ୍ ଗଠନ କରିଥିଲା । ତେବେ ଆସିକା ପୋଲିସ ଏକ ଟିମ୍‌ ଗଠନ କରି ବ୍ୟାଟେରୀ ଚୋରକୁ ଧରିବା ପାଇଁ ପ୍ରଥମେ ଦୁଇ ଭାଇଙ୍କୁ ଧରିଥିଲା ପୋଲିସ । ଏଥିସହ ତଦନ୍ତ କରି ପ୍ରାୟ ୨୫୩ ଟି ବ୍ୟାଟେରୀ ଅର୍ଥାତ ପ୍ରାୟ ୪୦ ଲକ୍ଷ ଟଙ୍କାର ବ୍ୟାଟେରୀକୁ ଜବତ କରିବାରେ ସଫଳ ହୋଇ ପାରିଛି ପୋଲିସ । ଚୋରା ବ୍ୟାଟେରୀ କିଣିଥିବା ଅଭିଯୋଗରେ ମଧ୍ୟ ପୋଲିସ ବ୍ରହ୍ମପୁର ଅଂଚଳର ଦୁଇଜଣଙ୍କୁ ଗିରଫ କରିଥିଲା । ଗିରଫ ଅଭିଯୁକ୍ତମାନେ ବ୍ୟାଟେରୀ ଚୋରି କରିବାରେ ଧୂରନ୍ଧର ବୋଲି ଆସିକା ଏସଡିପିଓ ସୂଚନା ଦେଇଛନ୍ତି । ଏପରିକି ଘଟଣାର ତଦନ୍ତ ମଧ୍ୟ ଚାଲିଥିବା ସେ କହିଛନ୍ତି ।

pp
Leave A Reply

Your email address will not be published.

14 − 3 =