jayashree

ପି.ସି.ସି. ସଭାପତିଙ୍କ ବନ୍ୟାଞ୍ଚଳଗସ୍ତ ବେଳେ ଗୋଷ୍ଠୀ କନ୍ଦଳ ପଦାରେ ପଡିଲା

  • ହୋଟେଲ ଭିତରେ ମାରପିଟ ଗାଳିଗୁଲଜ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ଏବଂ ତାଙ୍କ ଟିମ୍‌ଙ୍କ ଛତ୍ରପୁର ଏବଂ ଗଞ୍ଜାମ ବ୍ଲକର ବନ୍ୟାଞ୍ଚଳ ଗସ୍ତ ସମୟରେ କଂଗ୍ରେସର ଗୋଟିଏ ଗୋଷ୍ଠୀକନ୍ଦଳ ପଦାରେ ପଡିଯାଇଛି । ପିସିସି ସଭାପତି ଭକ୍ତ ଦାସ, ଜିଲ୍ଲା ସଭାପତି ରଶ୍ମୀ ରଞ୍ଜନ ପଟ୍ଟନାୟକ, ଜିଲ୍ଲା ଉପସଭାପତି ଅଶୋକ ପଟ୍ଟନାୟକଙ୍କ ସମେତ ଅନ୍ୟାନ୍ୟ ଦଳୀୟ ନେତା କର୍ମୀ, ପଦାଧିକାରୀ ପ୍ରମୁଖ ଛତ୍ରପୁର ବାଇପାସରେ ଥିବା ଏକ ଘରୋଇ ହୋଟେଲରେ ଖିଆ ପିଆ ବେଳେ ଛତ୍ରପୁର ବ୍ଲକର କଂଗ୍ରେସ ନେତା ଭାଗିରଥି ବେହେରା ଗଣପତି ବାରିକ, ପୂର୍ବତନ ସରପଞ୍ଚ ଟି. କ୍ରିଷ୍ଣା ରେଡ୍ଡୀଙ୍କ ନେତୃତ୍ୱରେ ଦଳୀୟ କର୍ମୀ ମାନେ ପହଞ୍ଚିଥିଲେ, ଜ଼ିଲ୍ଲା ସଭାପତି ରଶ୍ମୀ ରଞ୍ଜନ ପଟ୍ଟନାୟକ ଏବଂ ଅଶୋକ ପଟ୍ଟନାୟକ ପ୍ରମୁଖ ଗାଳି ଗୁଲୁଜ କରିବା ସହ ମାଡ଼ ମାରିଥିବା ବିଷୟରେ କେତେଜଣ ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ସୂଚନା ମିଳିଛି । ଏପରି କି ଜ଼ିଲ୍ଲାର ୨ଜଣ ନେତାଙ୍କୁ ଗାଳିଗୁଲଜ କରିଥିବା ଜଣାପଡିଛି । ପିସିସି ସଭାପତିଙ୍କ ଗସ୍ତ କାର୍ଯ୍ୟକ୍ରମ ଜଣାଯାଇନଥିବା, ଛତ୍ରପୁର ଗାଙ୍ଗପୁର ଠାରେ ଚାଷୀମାନେ ଅପେକ୍ଷା କରିଥିବା ବେଳେ ପିସିସି ସଭାପତିଙ୍କୁ ନିଆ ନ ଯିବା ସହ ଦଳୀୟ ବିଶୃଙ୍ଖଳା କରୁଥିବା ଅଭିଯୋଗ ହୋଇଛି । ଏପରିକି ତୁମଳକାଣ୍ଡ ଘଟିଥିଲା । ଗତକାଲି ଛତ୍ରପୁର ନିର୍ବାଚନ ମଣ୍ଡଳୀର ଏକ ପ୍ରତିନିଧି ମଣ୍ଡଳ ପିସିସି ସଭାପତିଙ୍କୁ ଭୁବନେଶ୍ୱର ଯାଇ ଏ ସମ୍ପର୍କରେ ଆଲୋଚନା କରିଥିବା ଗଣପତି ବାରିକି ସୂଚନା ଦେଇଛନ୍ତି । କୁହାଯାଏ ଯେ, ପିସିସି ସଭାପତି ଭକ୍ତଚରଣ ଦାସଙ୍କ ନେତୃତ୍ୱରେ ସିଦ୍ଧାର୍ଥ ଦାସ, ରଜନୀ କାନ୍ତ ପାଢ଼ୀ, ଜ଼ିଲ୍ଲା ସଭାପତି ରଶ୍ମୀ ରଞ୍ଜନ ପଟ୍ଟନାୟକ, ଅଶୋକ ପଟ୍ଟନାୟକ ଏବଂ ଅନ୍ୟମାନେ ଗଞ୍ଜାମ ବ୍ଲକ ଏବଂ ଛତ୍ରପୁର ବ୍ଲକର ବନ୍ୟା ଅଞ୍ଚଳ ପରିଦର୍ଶନ କରିବା ସହ ଚାଷ ଜମି ବୁଲି ଦେଖିଥିଲେ ।

Leave A Reply

Your email address will not be published.