jayashree

ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଶିଶୁଙ୍କ ପାଇଁ ପାରିବାରିକ ଯତ୍ନକୁ ଗୁରୁତ୍ୱ : ଉନ୍ମୋଚିତ ହେଲା ସ୍ୱତନ୍ତ୍ର ପୁସ୍ତକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶିଶୁଙ୍କ ସୁରକ୍ଷା ସହ ସେମାନଙ୍କର ସର୍ବାଙ୍ଗୀନ ବିକାଶ ପାଇଁ ପାରିବାରିକ ଲାଳନପାଳନ ଓ ଯତ୍ନକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ । ଏନେଇ ଭୁବନେଶ୍ୱରସ୍ଥିତ ହୋଟେଲ ଏକ୍ସେଲେନ୍ସିଠାରେ ଏକ ସ୍ୱତନ୍ତ୍ର ପୁସ୍ତକ ଉନ୍ମୋଚନ କରାଯାଇଛି । ବ୍ରହ୍ମପୁରର ସ୍ୱେଚ୍ଛାସେବୀ ସଂଗଠନ ଅରୁଣା ପକ୍ଷରୁ ସିଆରଏସ୍ ଓ ଆଇଏସିଏନ୍ ସେଣ୍ଟର ଅଫ୍ ଏକ୍ସଲେନ୍ସ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଦସ୍ୟ ସଚିବ ଲୋକନାଥ ମିଶ୍ର ସଭାପତିତ୍ୱ କରିଥିଲେ । ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ବବିତା ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁସ୍ତକଟିକୁ ଉନ୍ମୋଚନ କରିଥିଲେ । ଏହି ଅବସରରେ ଆୟୋଗର ସଦସ୍ୟା ଚନ୍ଦନା ଦାସ, କସ୍ତୁରୀ ମିଶ୍ର, ମନସ୍ମିତା ଖୁଣ୍ଟି ଏବଂ ୟୁନିସେଫ୍ ଓଡ଼ିଶାର ମାନା ବିଶ୍ୱାସଙ୍କ ସମେତ ଡକ୍ଟର ବସୁନ୍ଧରା ମଞ୍ଚାସୀନ ଥିଲେ । ବକ୍ତାମାନେ କହିଥିଲେ, ପ୍ରତ୍ୟେକ ଶିଶୁଙ୍କ ପାଇଁ ପ୍ରଥମ ଓ ସର୍ବୋତ୍ତମ ଆବଶ୍ୟକତା ହେଉଛି ପରିବାର । ବିଶେଷକରି ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଶିଶୁଙ୍କ ଶାରୀରିକ, ବୌଦ୍ଧିକ ଓ ମାନସିକ ବିକାଶ ପାଇଁ ପାରିବାରିକ ପରିବେଶ ଅତ୍ୟନ୍ତ ଜରୁରୀ । ଏଥିସହ ରାଜ୍ୟରେ ଫୋଷ୍ଟର କେୟାର ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାରେ ଏହି ପୁସ୍ତକ ସହାୟକ ହେବ ବୋଲି ଲେଖିକା ଡକ୍ଟର ବସୁନ୍ଧରା ମତ ରଖିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ବନିଶ୍ରୀ ପଟ୍ଟନାୟକ, ସିଆରଏସ୍‌ର ମନୋରଞ୍ଜନ ଦାସ ଓ ସୁସ୍ମିତା ଭୋଇ, ଏଡ୍ ଏଟ୍ ଆକ୍ସନ୍‌ର ସରୋଜ ବାରିକଙ୍କ ସମେତ ପିକକ୍ ଏବଂ ସୁନ୍ଦରଗଡ଼, ବଲାଙ୍ଗିର ଓ ଗଜପତି ଜିଲ୍ଲାର ଅରୁଣାର ପରାମର୍ଶଦାତା ଓ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ଶେଷରେ ସିଆରଏସ୍‌ର ସୁସ୍ମିତା ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.