jayashree

ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମରେ ଅଣ୍ଡର-୧୯ କୂଚବିହାର ଟ୍ରଫି

  • ଓଡ଼ିଶା-ଗୋଆ ମଧ୍ୟରେ ମୁକାବିଲା, ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଓଡ଼ିଶା ୪ ୱିକେଟ୍ ବିନିମୟରେ ୧୨୨ ରନ୍

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ଗାନ୍ଧୀ ଷ୍ଟାଡିୟମରେ ଚାଲିଛି ଅଣ୍ଡର-୧୯ କୂଚବିହାର ଟ୍ରଫିର ଓଡ଼ିଶା ଓ ଗୋଆ ମଧ୍ୟରେ ମୁକାବିଲା । ଏହି ମ୍ୟାଚ୍‌ରେ ପ୍ରଥମ ଇନିଂସରେ ଗୋଆ ଦଳ ସମସ୍ତ ୱିକେଟ୍ ହରାଇ ୨୫୦ ରନ୍ ସଂଗ୍ରହ କରିଥିବାବେଳେ, ଓଡ଼ିଶା ଦଳ ନିଜର ପ୍ରଥମ ଇନିଂସ ଆରମ୍ଭ କରି ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ୪ ୱିକେଟ୍ ହରାଇ ୧୨୨ ରନ୍ ସଂଗ୍ରହ କରିଛି । ଗୋଆ ଦଳ ପକ୍ଷରୁ ମୋହିତ ୟାଦବ ୬୮ ରନ୍‌ର ଉଲ୍ଲେଖନୀୟ ଇନିଂସ ଖେଳିଥିବାବେଳେ, ସାଇ ରାଜେଶ ନାଏକ ୪୨ ରନ୍ ଏବଂ ଆଫିଦ ରାଜ କନଭର ୩୮ ରନ୍ ସଂଗ୍ରହ କରି ଦଳର ସ୍କୋରକୁ ମଜବୁତ କରିଥିଲେ । ଅନ୍ୟପକ୍ଷରେ, ଓଡ଼ିଶା ଦଳର ବୋଲରମାନେ ଚମତ୍କାର ପ୍ରଦର୍ଶନ କରିଥିଲେ । କମଲେଶ ପାତ୍ର ୪ଟି ୱିକେଟ୍ ଏବଂ ସୁଭମ ରଞ୍ଜନ ପଲାଇ ୩ଟି ୱିକେଟ୍ ଅକ୍ତିଆର କରି ଗୋଆ ଦଳକୁ ୨୫୦ ରନ୍‌ରେ ସୀମିତ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ । ଓଡ଼ିଶା ପକ୍ଷରୁ ପ୍ରଦାନ ପଟ୍ଟନାୟକ ୩୯ ରନ୍ ସଂଗ୍ରହ କରି ଦଳର ଇନିଂସକୁ ଆଗକୁ ବଢ଼ାଇଥିବାବେଳେ, ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ଓଡ଼ିଶା ୪ ୱିକେଟ୍ ହରାଇ ୧୨୨ ରନ୍‌ରେ ରହିଛି । ଆଗାମୀ ଦିନର ଖେଳରେ ଓଡ଼ିଶା ଦଳ କିଭଳି ପ୍ରଦର୍ଶନ କରିବ, ତାହା ଉପରେ କ୍ରିକେଟ୍ ପ୍ରେମୀଙ୍କ ନଜର ରହିଛି ।

Leave A Reply

Your email address will not be published.