jayashree

ଶିକ୍ଷାର ଗୁଣାତ୍ମକ ଉନ୍ନତି ନିମନ୍ତେ “ଆରୋହଣ” ଓ “ପରଖ” କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଶିକ୍ଷାର ଗୁଣାତ୍ମକ ଉନ୍ନତି ଓ ଛାତ୍ରଛାତ୍ରୀଙ୍କ ମୌଳିକ ଦକ୍ଷତା ବିକାଶ ଲକ୍ଷ୍ୟରେ ବ୍ରହ୍ମପୁର ସ୍ଥିତ ସଂସ୍କୃତି ଭବନଠାରେ ‘ଆରୋହଣ’ ଓ ‘ପରଖ’ କାର୍ଯ୍ୟକ୍ରମ ସହ ସି.ଆର.ସି.ସି. ମାର୍ଗଦର୍ଶିକା ଉନ୍ମୋଚିତ ହୋଇଛି । ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ୍ ଏହାର ଶୁଭାରମ୍ଭ କରିଥିଲେ । ଶିକ୍ଷଣରେ ଅଧିକ ସହାୟତା ଆବଶ୍ୟକ କରୁଥିବା ଶିଶୁଙ୍କ ଚିହ୍ନଟ ଏବଂ ସେମାନଙ୍କ ଭାଷା ଓ ଗଣିତର ମୌଳିକ ଦକ୍ଷତାରେ ଉନ୍ନତି ଆଣିବା ଉପରେ ଏହି ପଦକ୍ଷେପଗୁଡ଼ିକ ଗୁରୁତ୍ୱ ଦେଇଥାଏ ବୋଲି ମତପ୍ରକାଶ ପାଇଛି ।

Leave A Reply

Your email address will not be published.