pakka

ସଇଁତଲା ପୋଲିସକୁ ମିଳିଲା ବଡ଼ ସଫଳତା : ମାଇକ୍ରୋ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କ ଲୁଟ୍‌ ଘାଟଣାରେ କଡ଼ା ସୁରକ୍ଷା ବଳରେ ୭ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

bbehera

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଅଞ୍ଚଳ ଓ ବିଭିନ୍ନ ଥାନା ଅଞ୍ଚଳରେ ହୋଇଥିବା ମାଇକ୍ରୋ ଫାଇନାନ୍ସ କର୍ମଚାରୀଙ୍କଠାରୁ ଟଙ୍କା ଲୁଟ୍‌ ଘଟଣାରେ ସଇଁତଲା ପୋଲିସକୁ ବଡ଼ ସଫଳତା ମିଳିଛି । ଏଥିରେ ପୋଲିସ ୭ ଜଣ ଲୁଟେରାଙ୍କୁ ଗିରଫ କରି ଟିଟିଲାଗଡ଼ କୋର୍ଟକୁ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ବେଲପଡା ଥାନାର ଡୁଙ୍ଗୁରିଗୁଡା ଗ୍ରାମର ପ୍ରତାପ ସୁନା (୨୨), ଦେଓଗାଁ ଥାନା ପଟାମୁଣ୍ଡା ଗ୍ରାମର ରୋହିତ ନନ୍ଦ (୨୫), ସଇଁତଲା ଥାନାର ଖାସବାହାଲ ଗ୍ରାମର ଦୁଃଖ ନାଏକ (୨୩), ଶିଶୁ ନାଗ (୨୩), ପରମା ସେଠ (୩୧), ରାଜେଶ ନାଗ (୩୦), ମୁକେଶ ଯାନୀ (୨୧) । ସେମାନଙ୍କଠାରୁ ଗୋଟିଏ ବନ୍ଧୁକ, ୬ ଗୋଟି ମୋବାଇଲ ଫୋନ, ଗୋଟିଏ ଲେପଟପ, ୨ ଗୋଟି ଲୁହା ପାଇପ, ଗୋଟିଏ କଟାରୀ, ୨ ଗୋଟି ଟର୍ଚ୍ଚ ଲାଇଟ ଓ ମରିଚଗୁଣ୍ଡ, ନଗଦ ୧୯ ହଜାର ୭ ଶହ ଟଙ୍କା, ୩ ଗୋଟିଏ ମୋଟର ସାଇକେଲ ଆଦି ଜବତ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ଟିଟିଲାଗଡ଼ ଏସ୍‌ଡିପିଓ ସୁରେନ୍ଦ୍ର ନାଥ ଶତପଥୀ, ସଇଁତଲା ଥାନା ଅଧିକାରୀ ଅବନୀ ସାହୁ ସୂଚନା ଦେଇଛନ୍ତି । ସୂଚନାରୁ ପ୍ରକାଶ ଯେ, ବଲାଙ୍ଗିର ଜିଲ୍ଲାର ସଦର ଥାନା, ବେଲପଡା, ମୁରିବାହାଲ, ଦେଓଗାଁ, ସଇଁତଲା, କଳାହାଣ୍ଡି ଜିଲ୍ଲା ଏମ୍‌. ରାମପୁର ଥାନା ଅଞ୍ଚଳରୁ ଫାଇନ୍ସସ କର୍ମଚାରୀମାନଙ୍କୁ ଟାର୍ଗେଟ କରି ଲୁଟ ହେଉଥିବା ନେଇ ବଲାଙ୍ଗିର ଏସ୍‌ପି ଜିଲ୍ଲାର ସମସ୍ତ ଥାନାମାନଙ୍କୁ ପେଟ୍ରୋଲିଙ୍ଗ କଡାକଡି କରିବା ପାଇଁ ନିର୍ଦେଶ ଦେଇଥିଲେ । ଗତ ୧୩ ତାରିଖ ଦିନ ସଇଁତଲାରୁ ଟିଟିଲାଗଡ଼ ରାସ୍ତା କୁଇକେଡ଼ା ପଞ୍ଚାୟତର କଳାହାଣ୍ଡି ଛକ ବରଗଛ ଠାରେ ୯ ଜଣ ଲୁଟେରା ଡକାୟତି କରିବା ପାଇଁ ଯୋଜନା କରୁଥିବା ବେଳେ କିଛି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସଇଁତଲା ଥାନା ଅଧିକାରୀ ଅବନୀ ସାହୁଙ୍କ ତତ୍ତ୍ୱାବଧାନରେ ଥାନା ଏସ୍‌ଆଇ ସଂଗୀତ ବେକ, ଏଏସ୍‌ଆଇ ଥବିର ମହାରଣା ସହ ପୋଲିସ ଟିମ୍‌ କଳାହାଣ୍ଡି ଛକକୁ ପହଂଚି ଅଭିଯୁକ୍ତମାନଙ୍କୁ କାବୁ କରିଥିଲେ । ଏନେଇ ସଇଁତଲା ପୋଲିସ ଥାନାରେ କେସ ନଂ ୧୭୦/୨୨ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରିବାରୁ ଅଭିଯୁକ୍ତମାନଙ୍କ ନାମରେ ଜିଲ୍ଲାର ବିଭିନ୍ନ ଥାନା ଅଂଚଳରେ ୨୫ ଗୋଟିଏ ମାମଲା ରହିଥିବା ଜଣାପଡିଥିଲା । ଏଗୁଡିକ ହେଲା ସଇଁତଲା ଥାନାରେ ୧୦ ଗୋଟି, ବେଲପଡା, ମୁରିବାହାଲ, ବଲାଙ୍ଗିର ସଦର ଥାନାରେ ଗୋଟିଏ ଲେଖାଏଁ କେସ୍‌ ରହିଥିବା ବେଳେ ତୁଷୁରା ଥାନାରେ ୪ ଗୋଟି, ଦେଓଗାଁ ଥାନାରେ ୩ ଗୋଟିଏ ଓ କଳାହାଣ୍ଡି ଜିଲ୍ଲା ଏମ୍‌. ରାମପୁର ଥାନାରେ ୫ ଗୋଟି ମାମଲା ରହିଥିବା ଜଣାପଡିଛି । ଏହାପରେ ପୋଲିସ ଅଭିଯୁକ୍ତମାନଙ୍କୁ ଡାକ୍ତରୀ ମାଇନା କରି କଡ଼ା ସୁରକ୍ଷା ବଳରେ ସଇଁତଲା କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ଟିଟିଲାଗଡ଼ ଜେଲ ହାଜତକୁ ପଠାଇ ଦିଆଯାଇଛି ।

Leave A Reply

Your email address will not be published.

7 + 20 =